କାଶ୍ମୀର ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Published: Feb 22, 2019, 12:59 pm IST

ଫୁଲଓ୍ବାମା ଆକ୍ରମଣରେ ଆତ୍ମଘାତୀ ଆତଙ୍କବାଦୀ ଜଣେ କାଶ୍ମୀର ଯୁବକ ଜଣାପଡ଼ିବା ପରେ ବିଭିନ୍ନ ରାଜ୍ୟରେ କାଶ୍ମୀର ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ୍‌ କରାଯିବା ସହ ଆକ୍ରମଣ ମଧ୍ୟ କରାଯାଉଛି । ଏହି ଘଟଣାକୁ ସୁପ୍ରିମ୍‌କୋର୍ଟ ନିନ୍ଦା କରିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗେଇ, ବିଚାରପତି ଏଲ୍‌.ଏନ୍‌.ରାଓ ଏବଂ ସଂଜୀବ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର, ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି । ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ଏ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।  ପୁଲଓ୍ବାମା ଘଟଣା ପରେ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ଜମ୍ମୁ-କଶ୍ମୀର, ହରିୟାଣା, ମେଘାଳୟ, ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା କଶ୍ମୀର ଛାତ୍ରଙ୍କ ଉପରେ ହୋଇଥିଲା ଆକ୍ରମଣ। ଏହି ମାମଲାର ଶୁଣାଣି ଫେବୃୟାରୀ ୨୭ରେ ହେବ ।

Related posts