ଏଥର ହେବନି ଆଇପିଏଲ୍‌ର ଉଦ୍‌ଘାଟନୀ ସମାରୋହ :  ଶହୀଦ୍‌ ପରିବାରକୁ ଦିଆଯିବ ଉଦ୍‌ଘାଟନୀ ଖର୍ଚ୍ଚ

Published: Feb 22, 2019, 5:35 pm IST

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ବିସିସିଆଇର ପ୍ରଶାସନିକ ସମିତି ବୈଠକରେ ନିଷ୍ପତି ନିଆଯାଇଛି । ମାର୍ଚ୍ଚ ୨୩ରୁ ଆଇପିଏଲ-୨୦୧୯ର ଶୁଭାରମ୍ଭ ହେବ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସପ୍ତାହର ମ୍ୟାଚ୍ ସୂଚୀ ଘୋଷଣା କରାଯାଇଛି । ଆଇପିଏଲର ଏହି ୧୨ ତମ ସିଜନର ପ୍ରଥମ ମ୍ୟାଚରେ  ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ଆରସିବିଙ୍କ ମଧ୍ୟରେ ଟକ୍କର ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚଟି ଚେନ୍ନାଇରେ ଖେଳାଯିବ ।

Related posts