Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଠନ ହେବ କ୍ଷମତା ସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” 12 ଜଣିଆ ପ୍ରଯୁକ୍ତି ବିଜ୍ଞାନୀ କମିଟ କେନ୍ଦ୍ରକୁ ଦେବେ ପରାମର୍ଶ
ଆଜିର ଖବର

ଗଠନ ହେବ କ୍ଷମତା ସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” 12 ଜଣିଆ ପ୍ରଯୁକ୍ତି ବିଜ୍ଞାନୀ କମିଟ କେନ୍ଦ୍ରକୁ ଦେବେ ପରାମର୍ଶ

February 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union cabinet meeting
ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ପ୍ରଯୁକ୍ତି ଗୋଷ୍ଠୀ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ନୀତିଗତ ପରାମର୍ଶ ଦେବା, ପ୍ରଯୁକ୍ତି ଉତ୍ପାଦର ମ୍ୟାପିଂ, ଜାତୀୟ ବିଜ୍ଞାନାଗାର, ସରକାରୀ ଗବେଷଣା ଓ ବିକାଶ ସଂଗଠନଗୁଡ଼ିକରେ ବିକଶିତ ହୋଇଥିବା ଦ୍ୱୈତ ପ୍ରୟୋଗ ପ୍ରଯୁକ୍ତିର ବ୍ୟବସାୟୀକରଣ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପାଇଁ ସ୍ୱଦେଶୀ ରୋଡମ୍ୟାପ ବିକଶିତ କରିବା ଏବଂ ପ୍ରଯୁକ୍ତି ବିକାଶ ଲାଗି ଉପଯୁକ୍ତ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚୟନ କରିବାର ଦାୟିତ୍ୱ ଏହି ଗୋଷ୍ଠୀକୁ ପ୍ରଦାନ କରାଯାଇଛି ।

ଏହି ପ୍ରଯୁକ୍ତି ଗୋଷ୍ଠୀର କଣ ରହିବ ପ୍ରମୁଖ ପ୍ରଭାବ

1-ପ୍ରଯୁକ୍ତି ଯୋଗାଣକାରୀ ଏବଂ କ୍ରୟ ରଣନୀତି ପାଇଁ ବିକଶିତ ହେବାକୁ ଥିବା ପ୍ରଯୁକ୍ତି ଉପରେ ଯଥାସମ୍ଭବ ଶ୍ରେଷ୍ଠ ପରାମର୍ଶ ଦେବେ;
2- ନୀତିଗତ ପ୍ରୟାସ ଏବଂ ବିକାଶଶୀଳ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ଇନ ହାଉସ ବିଶେଷଜ୍ଞତା ବିକଶିତ କରିବା ଏବଂ
3-ରାଷ୍ଟ୍ରାୟତ ଉଦ୍ୟୋଗ, ଜାତୀୟ ବିଜ୍ଞାନାଗାର ଏବଂ ଗବେଷଣା ସଂଗଠନରେ ବିକଶିତ କିମ୍ବା ବିକଶିତ ହେଉଥିବା ରାଷ୍ଟ୍ରାୟତ କ୍ଷେତ୍ରର ପ୍ରଯୁକ୍ତିର ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ।

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ

ଏହି ପ୍ରଯୁକ୍ତି ଗୋଷ୍ଠୀର କାର୍ଯ୍ୟକୁ ତିନୋଟି ସ୍ତମ୍ଭରେ ବିଭକ୍ତ କରାଯାଇଛି ଯଥା;
୧. ନୀତିଗତ ସହାୟତା;
୨. କ୍ରୟ ସହାୟତା ଏବଂ
୩. ଗବେଷଣା ଓ ବିକାଶ ପ୍ରସ୍ତାବରେ ସହାୟତା ।

ପ୍ରଯୁକ୍ତି ଗୋଷ୍ଠୀ ନିମ୍ନଲିଖିତ କାର୍ଯ୍ୟ ସୁନିଶ୍ଚିତ କରିବ :-

1-ସମସ୍ତ କ୍ଷେତ୍ରରେ ଆର୍ଥିକ ବିକାଶ ଏବଂ ଭାରତୀୟ ଉଦ୍ୟୋଗର ସ୍ଥାୟୀ ବିକାଶ ଲାଗି ଭାରତ ନିକଟରେ ନବୀନତମ ପ୍ରଯୁକ୍ତିର ପ୍ରଭାବୀ, ସୁରକ୍ଷିତ ଓ ପ୍ରାସଙ୍ଗିକ ପ୍ରୟୋଗ ପାଇଁ ଆବଶ୍ୟକ ନୀତି ଏବଂ ରଣନୀତି ରହିବ ।
2-ପ୍ରାଥମିକତା ଆଧାରରେ ସରକାରଙ୍କୁ ପରାମର୍ଶ ଦେବା ଏବଂ ସମସ୍ତ କ୍ଷେତ୍ରରେ ବିକାଶଶୀଳ ପ୍ରଯୁକ୍ତି ଉପରେ ଗବେଷଣା ରଣନୀତି ପ୍ରସ୍ତୁତ କରିବା ।
3-ସାରା ଦେଶରେ ପ୍ରଯୁକ୍ତିର ଅଧ୍ୟୟନ ନକ୍ସା, ଏହାର ବର୍ତମାନର ଉତ୍ପାଦ ଏବଂ ବିକଶିତ ପ୍ରଯୁକ୍ତିର ରକ୍ଷଣା ବେକ୍ଷଣ କରିବା।

4-ଚୟନିତ ମହତ୍ୱପୂର୍ଣ୍ଣ ପ୍ରଯୁକ୍ତି ଲାଗି ସ୍ୱଦେଶୀକରଣ ରୋଡମ୍ୟାପ ବିକଶିତ କରିବା ।
5-ପ୍ରଯୁକ୍ତି ଯୋଗାଣକାରୀ ଏବଂ କ୍ରୟ ରଣନୀତି ଉପରେ ସରକାରଙ୍କୁ ପରାମର୍ଶ ଦେବା ।
6-ସମସ୍ତ ମବଣାଳୟ ଏବଂ ବିଭାଗ ସହିତ ରାଜ୍ୟ ସରକାରଙ୍କୁ ବିଜ୍ଞାନ ଓ ଆର୍ଟିଫିସିଆଲ
ଇଂଟେଲିଜେନ୍ସ ଭଳି ବିକାଶଶୀଳ ପ୍ରଯୁକ୍ତିର ପ୍ରୟୋଗ ଏବଂ ନୀତି ଉପରେ ବିଶେଷଜ୍ଞତା ବିକଶିତ କରିବା ଲାଗି ପ୍ରୋତ୍ସାହିତ କରିବା । ଏଥିପାଇଁ କ୍ଷମତା ନିର୍ମାଣ ଏବଂ ପ୍ରଶିକ୍ଷଣକୁ ବିକଶିତ କରିବା ଉପରେ ମଧ୍ୟ ଜୋର ଦେବା ।
7-ବିଶ୍ୱବିଦ୍ୟାଳୟ ଏବଂ ରାଷ୍ଟ୍ରାୟତ କ୍ଷେତ୍ରର ସଂସ୍ଥା/ଗବେଷଣାଗାରରେ ରାଷ୍ଟ୍ରାୟତ କ୍ଷେତ୍ରର ପ୍ରଯୁକ୍ତିର ସ୍ଥିରତା ଲାଗି ନୀତି ପ୍ରସ୍ତୁତ କରିବା ।
8-ଗବେଷଣା ଏବଂ ବିକାଶ ପ୍ରସ୍ତାବର ନିରୀକ୍ଷଣରେ ଲାଗୁ ହେଉଥିବା ସାଧାରଣ ଶବ୍ଦାବଳୀ ଏବଂ ମାନକ ପ୍ରସ୍ତୁତ କରିବା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.