Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର
ବିଶେଷ ଖବର

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Another cyclonic circulation by the 12th—October is causing alarm once again.
Another cyclonic circulation by the 12th—October is causing alarm once again.

ଭୁବନେଶ୍ୱର: ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା, ୨୦୧୩ ଅକ୍ଟୋବର ୧୧ରେ ଫାଇଲିନ୍‌, ୨୦୧୪ ଅକ୍ଟୋବର ୧୨ରେ ହୁଡହୁଡ୍‌, ୨୦୧୮ ଅକ୍ଟୋବର ୧୧ରେ ତିତିଲି ଓଡ଼ିଶାକୁ ଅନେକ କ୍ଷତି ପହଞ୍ଚାଇଛି। ଏବେ ପୁଣି ଅକ୍ଟୋବରରେ ବାତ୍ୟା ଆଶଙ୍କା ଭୟ ବଢ଼ାଇଛି। ବାହାରକୁ ବାହାରିଲେ ଟାଇଁ ଟାଇଁ ତାତି। ରାତିରେ ଗରମ ଗୁଳୁଗୁଳି କାହିଁରେ କ’ଣ। ହେଲେ ଅସହ୍ୟ ଖରା ଭିତରେ ଓଡ଼ିଶାକୁ ଡରାଇଲାଣି ଅକ୍ଟୋବର। ବଙ୍ଗୋପସାଗରରୁ ଆସିଲାଣି ବାତ୍ୟା ଭୟ। ଛନକା ବଢାଇଛି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ। ଆଇଏମ୍‌ଡିର ଆକଳନ କହୁଛି, ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ଆସନ୍ତା ୧୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ ଆଉ ଏକ ଘୂର୍ଣ୍ଣିବଳୟ। ଯାହାକି ୧୩ରେ ନେବ ଲଘୁଚାପ ରୂପ। ପରେ ଅଧିକ ଘନୀଭୂତ ହୋଇ ୧୫ ତାରିଖ ବେଳକୁ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ତେବେ ତାହା ଅଧିକ ଘନୀଭୂତ ହେବ କି ନାହିଁ ସେନେଇ ସ୍ପଷ୍ଟ ଆକଳନ କରାଯାଇନି। ତଥାପି ସେହି ସମୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରିସାରିଥିବ। ଏହାସହିତ ମୌସୁମୀ ପରବର୍ତ୍ତୀ ସାଇକ୍ଲୋନ୍ ସିଜିନ୍ ଆରମ୍ଭ ହୋଇଯାଇଥିବ। ସେ ଦୃଷ୍ଟିରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ଥିବ। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ବଙ୍ଗୋପସାଗରରେ ଦୁର୍ବଳ ଅବପାତ ଗଠନ ହୋଇପାରେ। ୧୫ ତାରିଖ ପରେ ଏହାର ଗତିପଥ ଓ ଶକ୍ତି କଣ ରହିବ, ସେନେଇ ଏଯାଏଁ ଅନିଶ୍ଚିତତା ଲାଗିରହିଛି।

ଏପଟେ ଇସିଏମ୍‌ଡବ୍ଲ୍ୟୁଏଫ, ଜିଏଫ୍‌ଏସ୍‌, ଏନସିୟୁଏମ୍ ପରି କିଛି ବିଶ୍ୱସ୍ତରୀୟ ପାଣିପାଗ ମଡେଲଲ ଆକଳନ କରୁଛି, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ। ଯାହାକି ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମଧ୍ୟ ସାଇକ୍ଲୋନ୍ ଆଡ଼ଙ୍କୁ ଇଙ୍ଗିତ କରୁଛି। ତାଙ୍କ ସୂଚନା ଅନୁସାରେ, ଆସନ୍ତା ୮ରୁ ୧୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। କିନ୍ତୁ ଏହାର ତୀବ୍ରତା, ଗତିପଥ ନେଇ ଏପର୍ଯ୍ୟନ୍ତ ଆକଳନ କରାଯାଇନି। ଓଡ଼ିଶା ପ୍ରତି କୌଣସି ବିପଦ ସଂକେତ ମଧ୍ୟ ମିଳିନାହିଁ । ଆସନ୍ତା ସପ୍ତାହରେ ଏନେଇ ଏକ ସ୍ପଷ୍ଟ ଚିତ୍ର ଆସିପାରେ। ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହୋଇ ସାଇକ୍ଲୋନ୍ ରୂପ ନେବ ନା ପୁଣି ଥରେ ଓଡ଼ିଶାରେ କେବଳ ପ୍ରବଳ ବର୍ଷା କରାଇବ ତା ଉପରେ ନଜର ରହିଛି। ଏସବୁ ଭିତରେ ଦଶହରା ଧୋଇଯିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ୧୨ଟି ଲଘୁଚାପ ପ୍ରଭାବରେ ଏକାଧିକ ଥର ବନ୍ୟା ସହିତ ଜନଜୀବନ ବେହାଲ ହୋଇପଡ଼ିଛି। ଏଭଳି ସ୍ଥିତିରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଭୟ ବଢିଛି।

ଘୂର୍ଣ୍ଣିବଳୟ ମହାବାତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026
Latest News

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.