ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ରାମକ୍ରିଷ୍ଣନଙ୍କ ପରଲୋକ

Published: Feb 22, 2019, 5:42 pm IST

ତେଲଗୁ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ନିର୍ଦ୍ଦେଶକ କୋଡି ରାମକ୍ରିଷ୍ଣନଙ୍କ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। କିଛିଦନ ହେବ ଅସୁସ୍ଥତା ରହିଥିଲେ ।  ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିବା ବେଳେ ଶେଷଥର ପାଇଁ ୨୦୧୬ରେଏକ କନ୍ନଡ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ୧୮୯୨ରେ ‘ଇନ୍‌ଟୋଲ୍‌ ରାମାୟା ବେଧିଲୋ କ୍ରିଷ୍ଣାନାୟା’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଅନ୍ଜୀ’, ’ଭାରତ ବନ୍ଦ’, ’ଶ୍ରୀନିବାସ କଲ୍ୟାଣନମ୍‌’,  । ଫିଲ୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ୨୦୧୨ ମସିହାରେ ’ରଘୁପତି ଭେଙ୍କୟା’ ପୁରସ୍କାରରେ ସମ୍ମାନିତ ହୋଇଥିଲେ ରାମକ୍ରିଷ୍ଣନ୍‌  । ସେ କେତୋଟି ଫିଲ୍ମରେ ମଧ୍ୟ ନିଜର ଅଭିନୟ କରିଥିଲେ ।  ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଡୋଙ୍ଗତା’, ‘ଆସ୍ତି ମୋରେଡୁ ଆଶା ବାରେଡୁ’, ‘ଅଟ୍ଟାଗାରୁ ସ୍ବାଗତମ୍‌’, ’ଇନ୍‌ଟି ଡୋଙ୍ଗା’, ‘ମୁଦୁଲି ମୁଚତା’ ପ୍ରମୁଖ ।

Related posts