ନିର୍ଭୟା ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

Published: Feb 20, 2020, 9:53 am IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ବିନୟ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । ତିହାର ଜେଲ୍‌ କାନ୍ଥରେ ମୁଣ୍ଡ ବାଡେଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି । ଏଥିରେ ବିନୟ ସାମାନ୍ୟ ଆହତ ହୋଇଛନ୍ତି, ଜେଲ୍‌ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କରାଇଛନ୍ତି । ବିନୟ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ମାର୍ଚ୍ଚ 3ରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ପୂର୍ବରୁ ଦୁଇ ଦୁଇଥର ଫାଶୀ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ନିର୍ଭୟା ଦୋଷୀମାନେ ଆଇନ୍‌ର ଗଳା ବାଟ ଦେଇ ତାରିଖକୁ ବଢାଇ ବଢାଇ ଚାଲିଛନ୍ତି ।

Related posts