ବିଷାକ୍ତ ମଦ ପିଇ ୯୩ ମୃତ

Published: Feb 23, 2019, 1:17 pm IST

ବିଷାକ୍ତ ମଦ ପିଇବା କାରଣରୁ ଆସାମର ଗୋଲାଘାଟ ଜିଲ୍ଲାରେ ୪ ମହିଳାଙ୍କ ସମେତ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମସ୍ତ ମୃତକମାନେ ସାଲମରା ଚା’ ଇଷ୍ଟେଟ୍‌ରେ କାମ କରୁଥିବା ଚା’ ବଗିଚା ଶ୍ରମିକ ବୋଲି ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୧୧ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ଦେଶୀ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ମାମଲାର ତଦନ୍ତ ସହିତ ଜଡ଼ିତ ଜଣେ ପୁଲିସ୍‌ ଅଧିକାରୀ କହିବା ଅନୁଯାୟୀ, ସେମାନେ ମିଥାଇଲ୍‌ ଆଲକହଲ ମିଶା ମଦ ପିଇଥିଲେ।  ନିକଟାେ ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ବୃହତ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ ।

Related posts