ଓ୍ବଓ୍ବେସୀଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କଲା ପୋଲିସ୍‌

Published: Feb 21, 2020, 11:07 am IST

ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ତଥା ଅସଉଦ୍ଦିଦ୍ନ ଓ୍ବଓ୍ବେସୀଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅମୂଲ୍ୟା ଲିୟୋନା ନାମ୍ନୀ ଏହି ଯୁବତୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ଯୁବତୀଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଥିବାବେଳେ ତାଙ୍କୁ ପରପ୍ପାନା ଅଗ୍ରହାରା ସେଣ୍ଟ୍ରାଲ୍‌ ଜେଲ୍‌କୁ ପଠାଯାଇଛି।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଫ୍ରିଡମ୍‌ ପାର୍କଠାରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବିକ୍ଷୋଭ ସଭା ଆୟୋଜନ ହୋଇଥିଲା। ଓ୍ବଓ୍ବେସୀ ଏହି ସଭାରେ ଯୋଗଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ସମ୍ପୃକ୍ତ ଯୁବତୀ ଜଣଙ୍କ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ଆରମ୍ଭ କରିଦେଇଥିଲେ। ଓ୍ବଓ୍ବେସୀ ଏହାକୁ ରୋକିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଯୁବତୀ ଜଣକ ଶୁଣିନଥିଲେ। ଶେଷରେ ପୋଲିସ୍‌ ମଞ୍ଚ ଉପରୁ ଯୁବତୀଙ୍କୁ ଆଣିଥିଲେ । (ଏଜେନ୍ସି)

Related posts