ପୁଲୱାମା ଆକ୍ରମଣକୁ ବିରୋଧ କରି ଆମେରିକାରେ ରାସ୍ତାକୁ ଓହ୍ଲାଇଲେ ଭାରତୀୟ

Published: Feb 23, 2019, 1:12 pm IST

ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍‌ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି । ଯାହାକୁ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ଏହି ଘଟଣାକୁ ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଭାରତୀୟମାନେ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଆମେରିକାର ବିଭିନ୍ନ ସହରରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇ ଶୋକସଭାର ଆୟୋଜନ କରାଯାଇଛି । ଲୋକମାନେ ହାତରେ ପାକିସ୍ତାନ ବିରୋଧୀ ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ପାକିସ୍ତାନକୁ ଆତଙ୍କବାଦୀ ସୃଷ୍ଟି କରୁଥିବା ଦେଶ ବୋଲି ଉଲ୍ଲେଖ କରାଯାଇଛି । ଏହାସହ ଏହି ଆତଙ୍କୀ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ ବିରୋଧରେ ମଧ୍ୟ ପୋଷ୍ଟର ପ୍ରଦର୍ଶନ କରାଯାଇଛି ।

Related posts