ଏଆଇଡିଏମକେ ସାଂସଦ ଏସ ରାଜେନ୍ଦ୍ରନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

Published: Feb 23, 2019, 1:23 pm IST

ଏଆଇଡିଏମକେ ସାଂସଦ ଏସ ରାଜେନ୍ଦ୍ରନଙ୍କ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତାମିଲନାଡୁ  ଆଇନଜୀବୀ ସାଂସଦ ରାଜେନ୍ଦ୍ରନ ଭିଲ୍ଲୁପୁରମ ଲୋକସଭା ଆସନରୁ ସାଂସଦ ହୋଇଥିଲେ । ନିଜ ଘର ଠାରୁ ତ୍ରିଭେନ୍ଦ୍ରମ ଯିବା ରାସ୍ତାରେ କାର ଚାଳକ ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଦୁର୍ଘଟଣାର ଶିକାର ହେବା ପରେ ସାଂସଦ ମୁଣ୍ଡ ଓ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts