କୃତିଙ୍କୁ ଡେଟ୍‌ କରୁଛନ୍ତି ପୁଲକିତ୍‌ !

Published: Feb 23, 2019, 2:21 pm IST

ଅଭିନେତା ପୁଲକିତ୍‌ ସମ୍ରାଟ ରିଲ୍‌ ଲାଇଫ୍‌ଠାରୁ ଅଧିକ ଚର୍ଚ୍ଚାରେ ଥା’ନ୍ତି ରିଅଲ୍‌ ଲାଇଫ୍‌କୁ ନେଇ ।  ସଲ୍‌ମାନ୍‌ଙ୍କ ଧରମ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ ୟାମୀ ଗୌତମ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।  ପୁଲ୍‌କିତ୍‌ ଏବେ ଅଭିନେତ୍ରୀ କୃତି ଖର୍‌ବନ୍ଧାଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଦୁହେଁ ପରସ୍ପରକୁ ଡେଟ୍‌  କରୁଛନ୍ତି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା।  ପୁଲ୍‌କିତ୍‌ଙ୍କ ଜନ୍ମ ଦିନରେ କୃତି ଚେନ୍ନାଇ ଯାଇ ତାଙ୍କୁ ସରପ୍ରାଇଜ୍‌ ବି ଦେଇଥିଲେ।  କୃତି ଏବେ ପୁଲ୍‌କିତ୍‌ଙ୍କ ବ୍ୟକ୍ତିଗତ  ଟ୍ରେନର  ସମୀର ହଂସାରୀଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କ ବିଷୟରେ ସାର୍ବଜନୀନ କରି ନାହାନ୍ତି।  ତେବେ ଏହି ଦୁଇଜଣଙ୍କୁ ପୁଣି ଥରେ ଆଉ ଗୋଟେ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ । ଦୁହେଁ ପୂର୍ବରୁ ‘ଭିରେ କି ୱେଡିଂ’ ରେ ଏକାଠି କାମ କରିଥିଲେ।  ନିର୍ଦ୍ଦେଶକ ଅନୀସ୍‌ ବଜମୀ କମେଡ଼ି ଫିଲ୍ମ ‘ପାଗଲପନ୍ଥୀ’ରେ ଦୁହେଁ ନଜର ଆସିବେ ବୋଲି ଜଣାପଡିଛି । ମଲ୍ଟି ଷ୍ଟାରର ଏହି ଫିଲ୍ମରେ ପୁଲ୍‌କିତ୍‌ ଓ କୃତିଙ୍କ ବ୍ୟତୀତ ଉର୍ବଶୀ ରୌତଲା, ଜନ୍‌ ଅବ୍ରାହମ୍‌, ଇଲିଆନା ଡିକ୍ରୁଜ୍‌, ଆରସଦ୍‌ ୱାର୍ସି ଓ ସୌରଭ ଶୁକ୍ଳା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ।  ଫିଲ୍ମର ରିଲିଜ୍‌ ଡେଟ୍‌କୁ ନେଇ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।

Related posts