Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀଙ୍କ ଗହଣରେ ମାନ୍ୟବରମାନେ, ଏ ଫଟୋଗ୍ରାଫ ଏମିତି ହେବାର ନଥିଲା ମାହାମାନ୍ୟ ବିଚାରପତି ମହାଶୟ!!
ବିଶେଷ ଖବର

ମୋଦୀଙ୍କ ଗହଣରେ ମାନ୍ୟବରମାନେ, ଏ ଫଟୋଗ୍ରାଫ ଏମିତି ହେବାର ନଥିଲା ମାହାମାନ୍ୟ ବିଚାରପତି ମହାଶୟ!!

February 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗଣତନ୍ତ୍ରରେ ଗୋଟେ ଗୋଟେ ଫଟୋଗ୍ରାଫ ଇତିହାସ ପାଲଟିଯାଏ। ସେମିତି ଗୋଟେ ଫଟୋଗ୍ରାଫ ଆମେ ୟା ଭିତରେ ଦେଖିଛୁ। ଗତ ୨୨ ଫେବୃଆରୀରେ ସୁପ୍ରିମକୋର୍ଟର ମହାମାନ୍ୟ ବିଚାରପତିମାନଙ୍କ ସହିତ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କର ଏକ ଫଟୋଗ୍ରାଫ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର କରି ଅନୌପଚାରିକ ଭାବରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାପତିମାନେ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଛିଡା ହୋଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତର ମାନ୍ୟବର ବିଚାରପତିମାନେ ଏମିତି ଏକ ଫଟୋ ଉଠାଇବା ଏକ ସୌଜନ୍ୟମୂଳକ ଘଟନା ବୋଲି କେହି କେହି କହିପାରନ୍ତି। ହେଲେ ଅଦାଲତ ପାଇଁ ସରକାର ହେଉଛନ୍ତି ସବୁଠୁ ବଡ ମୁଦାଲା। ସରକାରଙ୍କ ବିରୋଧରେ ସବୁବେଳେ ବିଚାରପତିମାନଙ୍କୁ ଶୁଣିବାକୁ ପଡେ ଓ ଆବଶ୍ୟକସ୍ଥଳେ ସରକାରଙ୍କୁ ଦଣ୍ଡିତ କରିବାର ଅଧିକାର ମଧ୍ୟ ଅଦାଲତଙ୍କର ରହିଛି। ସେହି ପୃଷ୍ଠଭୂମିରେ ସରକାରର ମୁଖିଆଙ୍କ ସହିତ ବିଚାରପତିମାନଙ୍କର ଏ ରକମ ଭାବପ୍ରୀତି ସାଧାରଣ ଜନତା ମନରେ ସନ୍ଦେହ ଜାଗ୍ରତ କରିବ ନାହିଁ କି?

ଏହି ଫଟୋ ଉଠାଯିବା ପୂର୍ବରୁ ଆଉ ଏକ ସମ୍ବାଦ ମଧ୍ୟ ଆମକୁ ବିଚଳିତ କରିଛି। ସୁପ୍ରିମ କୋର୍ଟଙ୍କ ଦ୍ଵାରା ଆୟୋଜିତ ଏକ ସଭାରେ ଅତିଥି ଭାବେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବରିଷ୍ଠ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଧନ୍ୟବାଦ ଦେବାକୁ ଯାଇ ଯେଉଁ ଭାବରେ ଉଚ୍ଛ୍ଵସିତ ପ୍ରଶଂସା ଓ ପ୍ରଶସ୍ତି ଗାନ କଲେ ସେଥିରୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିବା  ସ୍ଵାଭାବିକ। ଅତିଥି ଭାବରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଏକ ସୌଜନ୍ୟତା। ହେଲେ ଧନ୍ୟବାଦ ଦେବା ଆଳରେ ତୋଷାମଦର ଭାଷା ବ୍ୟବହାର କରିବା ଆଦୌ ସୁନ୍ଦର ଲାଗୁନାହିଁ। ମୋଦୀଙ୍କ ନାମରେ ଆଗରୁ ମଧ୍ୟ ସୁପ୍ରିମ କୋର୍ଟରେ ମାମଲା ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଯଥାଯୋଗ୍ୟ ଦୂରତାରେ ରଖିବା ସୁପ୍ରିମକୋର୍ଟଙ୍କର ପ୍ରଥମ ଦାୟିତ୍ଵ। ତାହା ନ କରି ପ୍ରଧାନମନ୍ତ୍ରୀଙ୍କୁ ବାହାବା କରିବାର ପ୍ରତିଯୋଗିତାରେ ଦଳୀୟ କର୍ମୀଙ୍କ ଭଳି ଭାଷା ଆମର ମାନ୍ୟବର ବିଚାରପତିମାନେ ବ୍ୟବହାର କରୁଛନ୍ତି କେମିତି?

ଗତ କିଛି ବର୍ଷ ଭିତରେ ବିଚାରାଳୟର କାର୍ୟକ୍ରମ, ଆଚରଣ ଓ ଉଚ୍ଚାରଣକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିସାରିଛି। ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀ ଯେତେବେଳେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ, ସେତେବେଳେ ସାଧାରଣ ନାଗରିକର ସ୍ଵାଧୀନତା ଓ ବଞ୍ଚିବାର ଅଧିକାରକୁ ସୁରକ୍ଷା ଦେବାରେ ସୁପ୍ରିମ କୋର୍ଟ ବିଫଳ ହୋଇଥିଲେ।

ଜରୁରୀ କାଳୀନ ପରିସ୍ଥିତି ସମୟରେ ୨୮, ଏପ୍ରିଲ,୧୯୭୬ ଦିନ ଭାରତର ସୁପ୍ରିମ କୋର୍ଟ ଦେଇଥିବା ଏଡିଏମ ଜବଲପୁର ବନାମ ଶିବକାନ୍ତ ଶୁକ୍ଲା ମାମଲାର ରାୟ ପ୍ରସଙ୍ଗ ମଧ୍ୟ ଉଠିବ। ଗୋଟେ ଗଣତାନ୍ତ୍ରିକ ଦେଶରେ ସମ୍ବିଧାନ ଓ ଆଇନର ଶାସନକୁ ସୁନିଶ୍ଚିତ କରିବା ଲାଗି ଗଠିତ ସୁପ୍ରିମ କୋର୍ଟ ଯେ ନିଜ ଦାୟିତ୍ଵ ତୁଲାଇବାରେ ବିଫଳ ହୋଇପାରେ ଓ ସରକାରର ଏକ ଅଙ୍ଗ ଭଳି କାମ କରିପାରେ, ତାର ଉଦାହରଣ ଆମେ ଏହି ରାୟରେ ଦେଖିଛୁ। ସୁପ୍ରିମ କୋର୍ଟ ଇତିହାସରେ ଏହି ରାୟକୁ ଏକ କଳଙ୍କିତ ରାୟ ବୋଲି କୁହାଯାଏ। ଜରୁରୀ କାଳୀନ ପରିସ୍ଥିତି ସମୟରେ ଦେଶର ନାଗରିକ ପାଖରେ କୌଣସି ମୌଳିକ ଅଧିକାର ରହି ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ନିଜର ୪;୧ ରାୟରେ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ମୁଖ୍ୟ ବିଚାରପତି ଏ.ଏନ.ରାୟ, ପି.ଏନ.ଭଗବତୀ, ୱାଇ,ଭି.ଚନ୍ଦ୍ରଚୂଡ ଏବଂ ଏମ.ଏଚ.ବେଗ ବହୁମତରେ ନାଗରିକଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେବା ସପକ୍ଷରେ ରାୟ ଦେଇଥିବା ବେଳେ କେବଳ ଜଷ୍ଟିସ ହଂସରାଜ ଖାନ୍ନା ନାଗରିକ ଅଧିକାର ପାଇଁ ନିଜର ମତ ରଖିଥିଲେ। ସେଥିଲାଗି ଜଷ୍ଟିସ ଖାନ୍ନାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା। ତାଙ୍କୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି କରାଇ ନ ଦେବାକୁ ଇନ୍ଦିରା ଗାନ୍ଧୀ ସରକାର ରୀତିମତ ଷଡଯନ୍ତ୍ର କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ।

ଆଜି ଜରୁରୀ କାଳୀନ ସ୍ଥିତି ନାହିଁ। ସତୁରୀ ଦଶକ ପରେ ସୁପ୍ରିମ କୋର୍ଟ ବାରମ୍ବାର ନିଜର ଭୁଲ କୁ ସ୍ଵୀକାର କରିଛନ୍ତି। ଏଡିଏମ ଜବଲପୁର ମାମଲାରେ ନିଜର ରାୟ ଭୁଲ ଥିଲା ବୋଲି ଜଷ୍ଟିସ ଭଗବତୀ ଓ ଜଷ୍ଟିସ ଚନ୍ଦ୍ରଚୂଡ ଅନୁତାପ ମଧ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ରାୟକୁ ସୁପ୍ରିମ କୋର୍ଟ ବଦଳାଇଛନ୍ତି। ଏକଦା ସରକାରର ପୋଷା ଶୁଆ ଭଳି ରହିଥିବା ସୁପ୍ରିମ କୋର୍ଟ ନବେ ଦଶକରେ ସିଂହ ଭଳି ଆଇନର ଶାସନ ସପକ୍ଷରେ କହିଛନ୍ତି। ଜରୁରୀ କାଳୀନ ପରିସ୍ଥିତିରୁ ଆସି ଆମେ “ସକ୍ରିୟ ଅଦାଲତ” ବା ଜୁଡିସିଆଲ ଆକ୍ଟିଭିଜମ ପାଖରେ ପହଞ୍ଚିଛୁ।

ତେବେ ଆଇନ, ସମ୍ବିଧାନ ଓ ନ୍ୟାୟ ବ୍ୟବସ୍ଥାର ଏହି ଦୀର୍ଘ ଯାତ୍ରାରେ ଆଜି ପୁଣିଥରେ ପ୍ରଶ୍ନବାଚୀ ଠିଆ ହୋଇଛି କାହିଁକି? ସରକାରୀ ମୁଖିଆଙ୍କୁ ଖୋଲାଖୋଲି ପ୍ରୀତ କରିବାକୁ ଆମର ମାନ୍ୟବର ବିଚାରପତିମାନେ ଶଙ୍କୋଚବୋଧ କରୁନାହାନ୍ତି କେମିତି? ଏଠି ସୂଚନା ଯୋଗ୍ୟଯେ ଏଡିଏମ ଜବଲପୁର ମାମଲାର ମୁଖ୍ୟ ବିଚାର ଥିଲା ହେବିଅସ କର୍ପସ। ଆଜି ମଧ୍ୟ କାଶ୍ମୀରର ହେବିଅସ କର୍ପସ ମାମଲାରେ ସୁପ୍ରିମ କୋର୍ଟଙ୍କ ଟାଳଟୁଳ ନୀତିକୁ ନେଇ  ପ୍ରଶ୍ନ ଉଠୁଛି।

ଏମିତି ଏକ ସମୟରେ ଯେଉଁ ଫଟୋଗ୍ରାଫକୁ ନେଇ ଆମେ ଚର୍ଚ୍ଚା କରୁଛୁ, ସେ ଫଟୋଗ୍ରାଫ ଆମର ଇତିହାସ ଆଗରେ ଏକ ପ୍ରଶ୍ନବାଚୀ ହୋଇ ଠିଆ ହେବାକୁ ବାଧ୍ୟ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.