ୟୁଏନ୍‌ଙ୍କୁ ପତ୍ର ଦେଲା ପାକିସ୍ତାନ

Published: Feb 23, 2019, 4:58 pm IST

ପାକିସ୍ତାନର ବିଦେଶମନ୍ତ୍ରୀ ଶାହ୍ ମହମ୍ମଦ କ୍ୟୁରେସି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ପାକିସ୍ତାନ ବିରୋଧରେ ଭାରତ ବଳ ପ୍ରୟୋଗ କରିବାର ଧମକକୁ ଦୃଷ୍ଟି ଦିଆଯାଇଛି, ଏହି ଚିଠି ଜରିଆରେ କ୍ଷେତ୍ରରେ ସୁରକ୍ଷା ସ୍ଥିତି ବିଗିଡ଼ିଯିବା ସହ ବିପଦର ସମ୍ଭାବନାକୁ ଦର୍ଶାଇଛି । ତେବେ ସଂଯୁକ୍ତ ରାଷ୍ଟ୍ର  ପାକିସ୍ତାନ ସ୍ଥିତ ଜୈସ୍ –ଏ-ମହମ୍ମଦ (ଜେଇଏମ୍)ର ନାମ ନେଇ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଜଘନ୍ୟ ଆକ୍ରମଣର କଡାନିନ୍ଦା କରିଛନ୍ତି ।  ପାକିସ୍ତାନ ଭାରତ ବିନା କୌଣସି ପ୍ରମାଣରେ ପୁଲୱାମା ଆକ୍ରମଣ ପାଇଁ  ଉପରେ ଆରୋପ ଲଗାଉଛି ବୋଲି କହିଛି । ଜୈସ୍–ଏ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ଯବାନ୍ ଭର୍ତ୍ତି ଥିବା ଏକ ଗାଡିକୁ ଆତଙ୍କବାଦୀ ଉଡାଇ ଦେଇଥିଲେ । ଏହି ଆକ୍ରମଣରେ ୪୦ ରୁ ଅଧିକ ଯବାନ୍ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣ ପରେ ଦେଶବାସୀ ପାକିସ୍ତାନ ପ୍ରତି କ୍ରୋଧ ଜାହିର କରୁଛନ୍ତି । ଏହି ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଭାରତ ଉପରେ ଆରୋପ ଲଗାଇ କହିଥିଲେ ଯେ ଯଦି ଭାରତ ପାଖରେ ପୁଲୱାମା ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ କିଛି ପ୍ରମାଣ ରହିଛି ତେବେ ଏହାକୁ ପାକିସ୍ତାନକୁ ଦିଆଯାଉ ଏହାର ଯାଞ୍ଚ୍ ପାକିସ୍ତାନ କରିବ ।

Related posts