ବଲିଉଡ୍‌ର ପ୍ରଶଂସା କଲେ ଟ୍ରମ୍ପ୍‌

Published: Feb 24, 2020, 2:50 pm IST

ଅହାମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ବିଦିବସୀୟ ଭାରତ ଗ୍ରସ୍ତ ଅବସରରେ ଆଜି ଭାରତରେ ପହଞ୍ଚିଛନ୍ତି । ଆଜି ଅହମଦାବାଦସ୍ଥିତ ମୋଟରା ଷ୍ଟାଡିୟମ୍‌ଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗଦାନ କରି ଭାରତବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଟ୍ରମ୍ପ୍‌ ଭାରତୀୟ ଫିଲ୍ମର ଉଲ୍ଲେଖ କରିଛନ୍ତି । ଭାରତ ପ୍ରତ୍ୟେକ ବର୍ଷ ପାଖାପାଖି ଦୁଇ ଶହ ଫିଲ୍ମ ନିର୍ମାଣ କରୁଛି ବୋଲି କହିଥିଲେ ଟ୍ରମ୍ପ୍‌ । ଫିଲ୍ମଗୁଡିକରେ ଭାଙ୍ଗଡା ଓ ସଙ୍ଗୀତ ଶ୍ରେଷ୍ଠ ରହିଥାଏ ବୋଲି ଟ୍ରମ୍ପ୍‌ କହିଛନ୍ତି ।

ଏହି ଅବସରରେ ବଲିଉଡ୍‌ ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଜାଏଙ୍ଗେ’ ଓ ‘ଶୋଲେ’ର ପ୍ରଶଂସା କରିଛନ୍ତି ।  ସେହିପରି ଟ୍ରମ୍ପ୍‌ ଭାରତୀୟ କ୍ରିକେଟ ତାରକା ସଚିନ୍‌ ତେନ୍ଦୁଲ୍‌କର୍‌ ଓ ବିରାଟ କୋହଲିଙ୍କ ନାମ ମଧ୍ୟ ନେଇଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଡୋନାଲ୍ଡ ଟ୍ରମ୍ପ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ’ର ପ୍ରଶଂସା କରିଥିଲେ ।

Related posts