ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ସ୍ଲୋଗାନ୍‌: ’ମୋଦି ଅଛି ତ ସମ୍ଭବ ଅଛି ’

Published: Feb 23, 2019, 5:36 pm IST

ଆଜି ରାଜସ୍ଥାନରେ ଜନ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ଏତି ଯେ ଆମର ଲଢେଇ କାଶ୍ମୀର ପାଇଁ , କାଶ୍ମୀର ବିରୋଧରେ ନାହିଁ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନରୁ ଗୋଟି ଗୋଟି କରି ହିସାବ ନିଆଯାଉଛି । ରାଜସ୍ଥାନର ଟୋଙ୍କରେ ହୋଇଥିବା ଜନସମାବେଶରେ ମୋଦୀ ନିଜର ଅଭିଭାଷଣ ଆରମ୍ଭରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଦେଶରେ ରହୁଥିବା ବିଛିନ୍ନତାବାଦୀମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଆଗକୁ ଆହୁରି ଦୃଢ କରାଯିବ ବୋଲି କହିଥିଲେ । ଏହି ସମାବେଶରେ ମୋଦିଜୀ କଂଗ୍ରେସ କଟାକ୍ଷ କରି କହିଛନ୍ତି  କିନ୍ତୁ କିଛି ଲୋକ ଭାରତରେ ରହି ପାକିସ୍ତାନର କଥା କହୁଛନ୍ତି । ଏହି ଲୋକମାନେ ହିଁ ପାକିସ୍ତାନ ଯାଇ କିଛି ବି କର ମାତ୍ର ମୋଦୀ ହଟାଓ ବୋଲି କହୁଛନ୍ତି । ଏହି ଲୋକମାନେ ହିଁ ମୁମ୍ୱାଇର ଆକ୍ରମଣ ଉପରେ ଦେଶବାସୀ ଉତ୍ତର ଦେଇପାରିଲେନି । ଏହିପରି ଲୋକମାନେ ନା ଦେଶର ଯବାନ ମାନଙ୍କ ନା କୃଷକ ମାନଙ୍କର ବୋଲି କହିଛନ୍ତି । ମୋଦି ଏହି ଅବସରରେ ’ମୋଦି ଅଛି ତ ସମ୍ଭବ ଅଛି’ ବୋଲି ଏକ ନୂଆ ସ୍ଲୋଗାନ ରଖିବା ସହିତ ତାଙ୍କ ସରକାରଙ୍କ ଉପଲବ୍ଧିକୁ ଜନସଧାରଣଙ୍କ ଆଗରେ ରଖିଥିଲେ ।

Related posts