ଦିଲ୍ଲୀର ହ୍ୟାପିନେସ୍‌ କ୍ଲାସ୍‌ରେ ପିଲାଙ୍କ ସହ ସମୟ କାଟୁଛନ୍ତି ମେଲାନିଆ ଟ୍ରମ୍ପ୍‌

Published: Feb 25, 2020, 12:14 pm IST

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଆଜି ଦିଲ୍ଲୀର ହ୍ୟାପିନେସ୍‌ କ୍ଲାସର ମଜା ନେବାକୁ ପହଞ୍ଚିଛନ୍ତି। ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମେଲାନିଆଙ୍କୁ ତିଲକ୍‌ ଲଗାଇବା ସହିତ ଆରତୀ କରି ସ୍ବାଗତ ଜଣାଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ମେଲାନିଆ ଏକା ଉପସ୍ଥିତ ରହିଛନ୍ତି। ମେଲାନିଆ ଏହି ସରକାରୀ ବିଦ୍ୟାଳୟର ପିଲାମାନଙ୍କ ସହ କିଛି ସମୟ ବିତାଇବା ସହିତ ହ୍ୟାପିନେସ୍‌ କ୍ଲାସ୍‌ର ମଜା ନେବେ। (ଏଜେନ୍ସି)

Related posts