ନିଆଁରେ ପୋଡି ହୋଇ ଗୁଜରାଟରେ ପ୍ରାଣ ହରାଇଲେ 3 ଓଡିଆ

Published: Feb 25, 2020, 7:48 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଅହମଦାବାଦର ଲୋଟସ୍‌ ଲେବଲ୍‌ ସୂତାକଳରେ ପ୍ରାଣ ହରାଇଛନ୍ତି 3 ଓଡିଆ ଯୁବକ । ଯାଜପୁରର ଜାମଧର ଗ୍ରାମ ପଞ୍ଚାୟତର ରେକାବୀ ବଜାରର ତିନି ଯୁବକ 22 ତାରିଖରେ ଗୁଜରାଟରେ ପ୍ରାଣ ହରାଇଥିଲେ । ତିନି ମୃତକଙ୍କ ନାମ ହେଉଛି ଦୟାନିଧି ଖୁଣ୍ଟିଆ(35), ଚିନ୍ମୟ ଖୁଣ୍ଟିଆ(25) ଏବଂ କମଲେଶ ସିଂ(23) । ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ନଜରକୁ ଆଣିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ । ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାଶ ଶ୍ରମ କମିଶନ ଏବଂ ଲୋଟସ୍‌ ଲେବଲ୍‌ ସୂତାକଳର ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । 23 ତାରିଖ ଦିନ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ବିଧାୟକ ଅହମଦାବାଦରୁ ମୃତଦେହ ଆସିବାର ସମସ୍ତ ଖର୍ଚ୍ଚ ନିଜ ପକେଟରୁ ବହନ କରିଥିଲେ । (ଏଜେନ୍ସି)

Related posts