Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୟଙ୍କର ହିଂସାର ଏ ପାଗଳ ସମୟରେ କିଛି ସମୟ ଆମର ରାଜନେତାମାନେ ଚୁପ ରହିବେ କି?
ଜାତୀୟ ଖବର

ଭୟଙ୍କର ହିଂସାର ଏ ପାଗଳ ସମୟରେ କିଛି ସମୟ ଆମର ରାଜନେତାମାନେ ଚୁପ ରହିବେ କି?

February 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀ ହିଂସାକାଣ୍ଡ ଲାଗି କିଏ ଦାୟୀ ଓ ଏଠି ଲାଗି କାହା ଉପରେ ଉତ୍ତର ଦାୟିତ୍ଵ ସ୍ଥିର କରାଯିବ, ସେକଥା ଭାବିବାର ସମୟ ଆଜି ନୁହେଁ। ତିନି ଦିନ ହେଲାଣି, ଦିଲ୍ଲୀର ପରିସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଘଟଣା ଘଟିବାର ୭୨ ଘଣ୍ଟା ପରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଓ ସଦଭାବନା ଲାଗି ନିବେଦନ କରିଛନ୍ତି। ଏ ପ୍ରକାର ନିବେଦନ ପ୍ରଥମ ଦିନରୁ ହିଁ ଆସିବାର ଥିଲା। ତେବେ କଣ ହେବାର ଥିଲା, ଅପେକ୍ଷା କଣ ହୋଇଛି, ତାହା ଆଜି ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ଆଜି ମଧ୍ୟ ହିଂସା ଓ ନିଆଁର ବଳୟରେ ରହିଛି। ଉପଦ୍ରବୀମାନେ ଖୋଲାଖୋଲି ପଥରମାଡ କରୁଛନ୍ତି। ଲୁଟପାଟ ଚାଲିଛି। ୨୨ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଆଜି ସକାଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ କହିଲେ ଯେ, ପୋଲିସ ସକ୍ରିୟ ଅଛି, କାହାର କିଛି ଭୟ କରିବାର କାରଣ ନାହିଁ। ହେଲେ ପୋଲିସର ସକ୍ରିୟତା ଦୃଶ୍ୟମାନ ହେଉନାହିଁ। ସ୍ଥିତି ବେଳକୁ ବେଳ ଗମ୍ଭୀର ହୋଇ ଚାଲିଛି। ଲାଗୁଛି, ଦିଲ୍ଲୀ ପୋଲିସ ହାତରେ ଭିଡକୁ ନିୟନ୍ତ୍ରିତ କରିବାର ସାମର୍ଥ୍ୟ ଆଉ ନାହିଁ। ସ୍ଥିତିକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସେନାବାହିନୀକୁ ମୁତୟନ କରିବା ଲାଗି ଅନୁରୋଧ କରିଛନ୍ତି।

ଏହି ପୃଷ୍ଠଭୂମିରେ ଆମର ରାଜନେତାମାନେ ନିଜର ରାଜନୀତି ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ଆଜି ଜାତୀୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏଥିଲାଗି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉତ୍ତରଦାୟୀ କରିଛନ୍ତି। ଦିଲ୍ଲୀ ପୋଲିସର ମୁଖିଆ ଭାବେ କେନ୍ଦ୍ର ଗୃହମନ୍ତ୍ରୀଙ୍କର ଏ କ୍ଷେତ୍ରରେ ଉତ୍ତର ଦାୟିତ୍ଵ ଅବଶ୍ୟ ରହିଛି। ତେବେ ଅନ୍ତତଃ ବର୍ତ୍ତମାନ ପାଇଁ ତାହା ପ୍ରସଙ୍ଗ ନୁହେଁ। ବର୍ତ୍ତମାନ ପାଇଁ ସବୁଠୁ ବଡ ଆବଶ୍ୟକତା ହେଉଛି, ଶାନ୍ତି ଓ ସଦଭାବନା ଫେରେଇ ଆଣିବା। ସବୁ ରାଜନୈତିକ ଦଳ ସେଥିପାଇଁ କାମ କରିବାର ଆବଶ୍ୟକତା ରହିଛି। ତାହା ନ କରି ପରଷ୍ପରକୁ ଗାଳି ଗୁଲଜ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ତୁରନ୍ତ ବିଜେପିର ଦୁଇ ବରିଷ୍ଠ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ପ୍ରକାଶ ଝାବଡେକର ଆଗେଇ ଆସିଛନ୍ତି।

ଆଜି କଂଗ୍ରେସ, ବିଜେପି ଏବଂ ଆମ ଆଦମି ପାର୍ଟି ର ମୌଳିକ ଦାୟିତ୍ଵ ହେଉଛି, ଦିଲ୍ଲୀର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଏବଂ ଶାନ୍ତି ଫେରାଇ ଆଣିବା। ରାଜନୈତିକ ବୟାନବାଜି ଲାଗି ଆଗକୁ ଅନେକ ସୁଯୋଗ ମିଳିବ। ଦାୟିତ୍ଵହୀନ ଭାବରେ ରାଜନୀତି କରିବାର ବେଳ ଏ ନୁହେଁ। ଦିଲ୍ଲୀ ଦଙ୍ଗା ଆରମ୍ଭ ହେବା ସମଯରୁ ହିଁ ସରକାରୀ ପ୍ରତିକ୍ରିୟାରେ ଯେଉଁ ରାଜନୀତି ଆରମ୍ଭ ହୋଇଥିଲା, ତାର ଦୁର୍ଭାଗ୍ୟଜନକ ସ୍ଥିତି ଆଜି ଦିଲ୍ଲୀ ଭୋଗୁଛି। ପ୍ରଥମେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିଶାନ ରେଡ୍ଡୀ ଏଥିଲାଗି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ଏହାର ପ୍ରତିକ୍ରିୟାରେ କଂଗ୍ରେସ ଅମିତ ଶାହାଙ୍କୁ ସମାଲୋଚନା କରି ତାଙ୍କର ଇସ୍ତଫା ମାଗିଛି।

ଏ ଦେଶର ସାଧାରଣ ନାଗରିକ ଭାବରେ ଆମେ ସବୁ ରାଜନୈତିକ ଦଳ, ଆଜିର ପରିସ୍ଥିତିରେ ଅନ୍ତତଃ ଚୁପ ରହି, ଶାନ୍ତି ଲାଗି ଉଦ୍ୟମ କରନ୍ତୁ ବୋଲି ପ୍ରାର୍ଥନା କରିବୁ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026
Latest News

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.