ଆଜି ବାତିଲ୍‌ ହୋଇଥିବା ଟ୍ରେନ୍‌ ସମ୍ପର୍କରେ ଜାଣନ୍ତୁ

Published: Feb 27, 2020, 9:09 am IST

ନୂଆଦିଲ୍ଲୀ : ଭାରତୀୟ ରେଳବିଭାଗ ତରଫରୁ ଆଜି ରଦ୍ଦ ହେବାକୁ ଥିବା ଟ୍ରେନ୍‌ର ସୂଚୀ ଜାରି କରିଛନ୍ତି । ଆଜି ଅର୍ଥାତ୍‌ ଫେବୃଆରୀ 27 ତାରିଖରେ ପ୍ରାୟ 531ଟି ଟ୍ରେନ୍‌ ରଦ୍ଦ ହୋଇଛି ।

ଏହି ରଦ୍ଦ ହୋଇଥିବା ଟ୍ରେନ୍‌ଗୁଡିକ ମଧ୍ୟରେ ପ୍ୟାସେଞ୍ଜର, ମେଲ୍‌, ସ୍ପେଶାଲ୍‌ ଟ୍ରେନ୍‌ ସମେତ କିଛି ଏକ୍ସପ୍ରେସ୍‌ ମଧ୍ୟ ସାମିଲ୍‌ ରହିଛନ୍ତି । ଏହି ଟ୍ରେନ୍‌ଗୁଡି ମଧ୍ୟରେ ରହିଛି – ଗୋରଖପୁର ହମସଫର୍‌ ଏକ୍ସପ୍ରେସ୍‌, ସପ୍ତମକ୍ରାନ୍ତି ଏକ୍ସପ୍ରେସ୍‌, ଗରିବ ରଥ ଓ ସ୍ବତନ୍ତ୍ରତା ସେନାନୀ ସମେତ ବିହାରୀ, ୟୁପି, ମୁମ୍ବାଇ ଓ କଲିକତା ସମେତ ଅନ୍ୟ ସହରର ଦିଲ୍ଲୀକୁ ସଂଯୋଗ କରୁଥିବା ଟ୍ରେନ୍‌ଗୁଡିକ ସାମିଲ୍‌ ରହିଛନ୍ତି ।

ରେଳବାଇର ଓ୍ବେବସାଇଟ୍‌ରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି । ଆଜି 378ଟି ଟ୍ରେନ୍‌କୁପୂର୍ଣ୍ଣ ରୂପେ ରଦ୍ଦ କରାଯାଇଙଥିବାବେଳେ 153ଟି ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଛି । ଏହାବ୍ୟତୀତ 44ଟି ରୁଟ୍‌କୁ ଡାଇଭର୍ଟ କରାଯାଇଥିବାବେଳେ 26ଟି ଟ୍ରେନ୍‌ର ସମୟରେ ପରିବରତ୍ତନ କରାଯାଇଛି । ଅନ୍ୟ କିଛି ଟ୍ରେନ୍‌ ନିର୍ଦ୍ଧାରିତ ସମୟର ବହୁ ଡେରୀରେ ଚାଲୁଛି ବୋଲି ସୂଚନା ରହିଛି । ବାତିଲ୍‌ ହୋଇଥିବା ବା ଡେରିରେ ଚାଲୁଥିବା ଟ୍ରେନ୍‌ ସମ୍ପର୍କରେ ଜାଣିବା ପାଇଁ ଭାରତୀୟ ରେଳବାଇ ଓ୍ବେବସାଇଟକୁ ସର୍ଚ୍ଚ କରନ୍ତୁ ।

Related posts