ପ୍ରେମପତ୍ର ପାଇଁ ମାରପିଟ୍‌ : ୧୦ ଆହତ

Published: Feb 23, 2019, 7:17 pm IST

ଏକ ପ୍ରେମପତ୍ର ପାଇଁ ଗୁଜୁରାଟର ରାଜକୋଟରେ ଘଟିଛି ଅଭାବନୀୟ ଘଟଣା। ୧୩ ବର୍ଷୀୟ ବାଳକ ୧୦ ବର୍ଷୀୟା ଝିଅକୁ ପ୍ରେମପତ୍ର ଲେଖିବାରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୧୦ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗୁଜୁରାଟର ସୁରେନ୍ଦ୍ରନଗର ଜିଲା ଗୋଲିଣ୍ଡା ଆନନ୍ଦପୁର ଗ୍ରାମର ଜଣେ ନାବାଳକ ଜନୈକା ଝିଅକୁ ପ୍ରେମ ନିବେଦନ କରିଥିଲେ। ଏଥିପାଇଁ ବାରମ୍ବାର  ତାଙ୍କୁ ହଇରାଣ ମଧ୍ୟ କରୁଥିଲେ। ଏକ ପ୍ରେମପତ୍ର ଜରିଆରେ ‘ଆଇ ଲଭ୍‌ ୟୁ’ ଲେଖି ଝିଅଟିର ସ୍କୁଲ ବ୍ୟାଗରେ ରଖିଦେଇଥିଲେ ସମ୍ପୃକ୍ତ ବାଳକ । ଉକ୍ତ ଚିଠିକୁ ଝିଅର ପରିବାର ଲାେକେ ପାଇ ପୁଅ ଘର ଉପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷରୁ ମାରଣାସ୍ତ୍ର ସାହାଯ୍ୟରେ ମାରପିଟ୍‌ ହୋଇଥିଲେ। ଏଥିରେ ୧୦ ଜଣ ଆହତ ହୋଇଥିଲେ ବୋଲି ଜଣାପଡିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts