Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଗଜ କଲମରେ ଚାଲିଛି ଗାଁ କଲ୍ୟାଣ ସମିତି : ବ୍ୟାପକ ଟଙ୍କା ବାଟମାରଣା ନେଇ ଅଭିଯୋଗ
ଆଜିର ଖବର

କାଗଜ କଲମରେ ଚାଲିଛି ଗାଁ କଲ୍ୟାଣ ସମିତି : ବ୍ୟାପକ ଟଙ୍କା ବାଟମାରଣା ନେଇ ଅଭିଯୋଗ

February 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୃଷ୍ଟି ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ରାଜ୍ୟ ସରକାର ଗଠନ କରିଛନ୍ତି ଗାଁ କଲ୍ୟାଣ ସମିତି। ଓଡିଶାର ୩୦ ଟି ଜିଲ୍ଲାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ୧୧ ବର୍ଷ ହେଲା ଗାଁ କଲ୍ୟାଣ ସମିତି ଗଠନ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଦେଉଛନ୍ତି। ହେଲେ ଏହା ବିଶେଷ କରି କାଗଜ କଲମରେ ଚାଲିଛି। ଗ୍ରାମାଂଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆସୁଥିବା ଟଙ୍କା ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ସଂପୃକ୍ତ ବିଭାଗର ତଳିଆ କର୍ମଚାରୀମାନଙ୍କ ଦ୍ୱାରା ଟଙ୍କା ଆତ୍ମସାତ୍ ହେଉଥିବା ଅଭିଯୋଗ ହେଉଛି।

ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକର ୧୪ଟି ପଂଚାୟତରେ ୧୭୦ଟି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିତି ରହିଛି। ଗାଁ କଲ୍ୟାଣ ସମତି ଆରମ୍ଭ ହେବା ଦିନଠାରୁ ୫ ବର୍ଷ ଭଲ ଭାବରେ ଏହାର କାର୍ଯ୍ୟକ୍ରମ ଠିକ୍ ଠାକ୍ ଚାଲିଥିବାବେଳେ ଏବେ କିନ୍ତୁ କାଗଜ କଲମରେ ଏହାର କାମ ଚାଲିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ନାକ୍ଟିଦେଉଳ ବ୍ଲକରେ ୧୭୦ ଟି ଗାଁ କଲ୍ୟାଣ ସମିତିକୁ ୧୧ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ୯ ଲକ୍ଷ ପଂଚାଅଶୀ ହଜାର ବୟାନବେ ଟଙ୍କା ଆର୍ଥିକ ରାଶି ସରକାର ପ୍ରଦାନ କରିଥିବା ସରକାରୀ ସୁତ୍ରରୁ ପ୍ରକାଶ ।

ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଗାଁ କଲ୍ୟାଣ ସମିତିକୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥାଏ। ଗାଁ କଲ୍ୟାଣ ସମିତି ଅଙ୍ଗନଓାଡି କର୍ମୀ, ଓାର୍ଡମେମ୍ବର, ସ୍ୱେଚ୍ଛାସେବୀ, ଗ୍ରାମବାସୀଙ୍କ ମଧ୍ୟରୁ ୧୦ ରୁ ୧୨ ଜଣ ସଭ୍ୟ/ସଭ୍ୟାଙ୍କୁ ନେଇ ଗଠନ କରାଯାଇଥାଏ। ଅଙ୍ଗନଓ୍ବାଡି କର୍ମୀ ଓ ଓାର୍ଡମେମ୍ବର ମିଳିତଭାବେ ବ୍ୟାଙ୍କରେ ଏକ ପାସ୍ ବହି ଖୋଲି ସାରିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମିଳିତ ପାସ୍ ବହିରେ ଟଙ୍କା ଜମା କରାଯାଇଥାଏ। ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟଙ୍କ ବିନା ଅନୁମତିରେ ଏହି ଟଙ୍କା ଖର୍ଚ୍ଚ କରାଯାଇପାରିବ ନାହିଁ ସ୍ୱାସ୍ଥ୍ୟ ପରୀକ୍ଷା, ଗାଁ ସଫେଇ, କୂଅବିଶୋଧନ, କାନ୍ଥ ଲେଖା, ଗାଁ ପଡା ମାନଙ୍କରେ ସ୍ୱାସ୍ଥ୍ୟ ବାର୍ତ୍ତା ଆଦି କାର୍ଯ୍ୟକ୍ରମ ପ୍ରତିବର୍ଷ କରିବାକୁ ପଡିଥାଏ। ଏହି ଟଙ୍କାରେ ସ୍କୁଲ୍ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବାପାଇଁ ଗାଇଡ୍ ଲାଇନ୍ ରହିଛି। ଏଥି ନିମନ୍ତେ ଡାକ୍ତରଙ୍କର ପ୍ରେସ୍କିପ୍ସନ୍ ଅନୁଯାୟୀ ଔଷଧପତ୍ର ଗାଁ କଲ୍ୟାଣ ସମିତି ରୁ ଖର୍ଚ୍ଚ କରିବାର ନିୟମ ରହିଛି । ଔଷଧପତ୍ର କିଣାରେ ମଧ୍ୟ ବ୍ୟାପକ ଦୁର୍ନିତି ହେଉଛି । କେତେକ ଅଙ୍ଗନଓ୍ବାଡିକର୍ମୀ ଏହି ଟଙ୍କା ଖର୍ଚ୍ଚ ନ କରି ଓାର୍ଡମେମ୍ବରମାନଙ୍କୁ କିଛି ପକେଟ ଖର୍ଚ୍ଚ ଦେଇ କୌଣସି ଜନହିତକର କାମ ନ କରି ହଜାର ହଜାର ଟଙ୍କା ଆତ୍ମସାତ୍ କରୁଥିବା ଅଭିଯୋଗ ହେଉଛି ।

ବର୍ଷା ରୁତୁରେ କୂଅ, ନଳକୂପରେ ପାଣି ବିଶୋଧନ, ନଳ କୁପ ଚତୁଃପାର୍ଶ୍ବ ସଫା ରଖିବାର ଦାୟିତ୍ୱ ଗାଁକଲ୍ୟାଣ ସମିତିର ଥିଲେ ମଧ୍ୟ ଠିକ୍ ସମୟରେ ଏହି ସବୁ କାମ କରୁନାହାନ୍ତି। ଏହି କାମ ସ୍ୱେଚ୍ଛାସେବୀ ଭାବରେ କାମ କରିବାକୁ ପଡୁଥିବାରୁ ଅଙ୍ଗନଓାଡିକର୍ମୀ ମାନେ ମନ ଇଚ୍ଛା କାମ କରୁଛନ୍ତି। ଯା ଫଳରେ ସରକାରଙ୍କ ଏହି ଜନହିତକାର କାର୍ଯ୍ୟଟି ଲୋକମାନଙ୍କ ପାଖରେ ପହଂଚିପାରୁ ନଥିବା ଅଭିଯୋଗ ହେଉଛି । ପ୍ରତିବର୍ଷ ସ୍ୱାସ୍ଥ୍ୟବାର୍ତ୍ତା ଲେଖିବା ପାଇଁ ଟଙ୍କା ଥିଲେ ମଧ୍ୟ କୌଣସି କାନ୍ଥରେ ଲେଖା ଯାଉ ନ ଥିବା ଅଭିଯୋଗ ହେଇଛି । କେବଳ ବିଲ୍ ଭାଉଚର୍ ତଥା କାମ ନ ହୋଇ ୟୁସି ଦେଉଥିବା ଅନୁସନ୍ଧାନରୁ ଜଣାପଡିଛି । ସରକାର ଯେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଉଛନ୍ତି ତାହା ସଠିକ୍ ମାର୍ଗରେ ଖର୍ଚ୍ଚ ହେଉ ନ ଥିବାରୁ ସରକାରଙ୍କ ଏହି ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । କେତୋଟି ଗାଁ କଲ୍ୟାଣ ସମିତିର ଅଙ୍ଗନଓାଡି କର୍ମୀମାନେ ଏହି ଟଙ୍କା ଆତ୍ମସାତ୍ କରିପାରୁ ନ ଥିବାରୁ କିଛି କାମ କରୁ ନାହାନ୍ତି ଯା ଫଳରେ ସେଇ ଗାଁ କଲ୍ୟାଣ ସମିତିକୁ ଆଉ ଟଙ୍କା ମଧ୍ୟ ମିଳୁ ନଥିବା ଜଣା ପଡିଛି । ନାକ୍ଟିଦେଉଳ ବ୍ଲକ୍ ଡଇଁଚା ଅଙ୍ଗନଓ୍ବାଡିକର୍ମୀଙ୍କର ମନଇଚ୍ଛା କାର୍ଯ୍ୟ ଯୋଗୁ ଆସୁଥିବା ଗାଁ କଲ୍ୟାଣ ସମିତି ଟଙ୍କା ବ୍ୟାଙ୍କରୁ ଉଠାଇ ଆଣିଥିଲେ ମଧ୍ୟ ତାହା ନିଜ ପାଖରେ ରଖି ଖର୍ଚ୍ଚ କରୁନାହାନ୍ତି । ୨ ବର୍ଷ ହେଲା କମିଟିର ୧୦ ହଜାର ଟଙ୍କା ସଭ୍ୟ/ସଭ୍ୟା ଦସ୍ତଖତ ଦେଲା ପରେ ବ୍ୟାଙ୍କରୁ ଉଠାଇ ଆଣି ନିଜ ପାଖରେ ରଖି ତାକୁ ଖର୍ଚ୍ଚ କରୁନାହାନ୍ତି । ବାରମ୍ବାର ସଭ୍ୟ/ସଭ୍ୟାମାନେ ସେଇ ଟଙ୍କା ଖର୍ଚ୍ଚ ପାଇଁ କହୁଥିଲେ ମଧ୍ୟ ସେ ଆଦୌ ଶୁଣୁନାହାନ୍ତି ବୋଲି ସଭ୍ୟ/ସଭ୍ୟାମନେ ଅଭିଯୋଗ କରିଛନ୍ତି । ପ୍ରତିମାସରେ ଏହି ସମିତିର ମିଟିଂ ହେବାର ନିୟମ ରହିଥିଲେ ମଧ୍ୟ ଅଙ୍ଗନଓ୍ବାଡିକର୍ମୀ ଅସହଯୋଗ କରୁଥିବା ଅଭିଯୋଗ ହେଉଛି ।  ପୂର୍ବ ବର୍ଷର ଟଙ୍କା ଖର୍ଚ୍ଚ ହୋଇ ନ ଥିବାରୁ ଚଳିତ ବର୍ଷ ଆଉ ଟଙ୍କା ଡଇଁଚା ଗାଁ କଲ୍ୟାଣ ସମିତିକୁ ଆସି ନ ଥିବା ଜଣା ପଡିଛି । ଏଇଭଳି ଭାବରେ ଗାଁ କଲ୍ୟାଣ ସମିତିକୁ ଆସୁଥିବା ଟଙ୍କା ବ୍ୟାପକ ବାଟମାରଣା ହେଉଥିଲେ ମଧ୍ୟ ସଂପୃକ୍ତ ବିଭାଗ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି । ବର୍ଷକୁ ଏମିତି ଲକ୍ଷ ଲକ୍ଷ ଟଙ୍କା ଗାଁ କଲ୍ୟାଣ ସମିତିକୁ ଆସୁଛି । ଅଙ୍ଗନଓ୍ବାଡି କର୍ମୀମାନେ ମାଲେ ମାଲ ହେଉଛନ୍ତି ତଥାପି ପ୍ରଶାସନର ନିଘା ନାହିଁ ।

ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଗଲେ ମିଥ୍ୟା ବିଲ୍, ଭାଉଚର ଦେଇ ଟଙ୍କା ଆତ୍ମସାତ କରିଥିବା କର୍ମୀମାନଙ୍କର କଳାକାରନାମା ପଦାକୁ ଆସନ୍ତା ଏବଂ ସ୍ୱାସ୍ଥ୍ୟ ଯୋଜନାରେ ଏହି ଦୁର୍ନୀତି ଆଉ ଭବିଷ୍ୟତରେ ହୁଅନ୍ତା ନାହିଁ । ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ଗାଁ କଲ୍ୟାଣ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.