Categories
ଆଞ୍ଚଳିକ

ଚିଲିକା: ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ରକ୍ତଦାନ ଶିବିର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ଜରିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର। ଯୁବ ଗୋଷ୍ଠି ମାନଙ୍କ ମଧ୍ୟ୍ୟରେ ରକ୍ତ ଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ଆଶା କର୍ମୀ, ଅଙ୍ଗନବାଡୀ କର୍ମି, ସ୍ୱାସ୍ଥ୍ୟ କର୍ମୀ ଓ ସି ଏଚ୍ ଓ ମାନଙ୍କ ମିଳିତ ସହଯୋଗରେ ଉକ୍ତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜରିପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପିନା କୁମାରୀ ସାହୁ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ରଶ୍ମିରେଖା ଜେନା, ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଓମକାର ପ୍ରସାଦ ଜେନା, ଖୋର୍ଦ୍ଧା ଜିଲ୍ଲା ଡ଼ିପିଏମ ପ୍ରକାଶ ବାନାର୍ଜୀ, ଖୋର୍ଦ୍ଧା ଜିଲା ଆଶା କର୍ମୀ ସହ ପରିଚାଳିକା ରୋଜାଲିନ୍ ମହାପାତ୍ର, ବାଲୁଗାଁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଆରତୀ ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉସ୍ଚାହିତ କରିଥିଲେ।

ଜିଲ୍ଲା ରେଡକ୍ରସ୍ ଡା ସୌରଭ କୁମାର ରାୟ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହି ଶିବିରରୁ ମୋଟ ୫୨ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇଥିଲା।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ଆଶା, ଗାଁ କଲ୍ୟାଣ, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ

ଖୋର୍ଦ୍ଧା: ଆଜି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ -୨୦୨୨-୨୩ ପୂର୍ବାହ୍ନ ୧୧ ଘଟିକା ରେ ଜୟୀ ରାଜଗୁରୁ ଟାଉନ ହଲ ରେ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ମୁଖ୍ୟ ଅତିଥି ଥିବାବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ସଭାପତି ଥିଲେ। ଡ. ଆର୍ତ୍ତ ବନ୍ଧୁ ନାୟକ ପୌରାହିତ୍ୟ କରିଥିଲେ। ଭାବଗ୍ରାହୀ କଳାନିକେତନ ର ବିମଳ ପ୍ରସାଦ ପରିଡା ମଞ୍ଚକୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ସଭା ପରିଚାଳନା କରଥିଲେ। ଡ଼. ରଘୁନାଥ ନାୟକ ସ୍ୱାଗତ ଭାଷଣ ରଖିଥିଲେ।

ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରତ୍ୟେକ ମା ଜଣେ ଜଣେ ଆଶା ଦିଦି ସଂଗେ ସମାନ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ.ଆଶା ମା ମାନଙ୍କ କାର‌୍ୟ୍ୟ ଶୈଳୀ ବହୁତ ନିଆରା। ସେଥିପାଇଁ ସେମାନଙ୍କୁ ପୁରସ୍କୃତ ହେବାର ଯୋଗ୍ୟ। ମଂଚାସୀନ ସମସ୍ତ ଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର,ଡ଼.ବିଜନ କୁମାର ପଣ୍ଡା, ପ୍ରଭୃତି ବକ୍ତବ୍ୟ ରଖି ଥିଲେ।

ଜିଲ୍ଲାପାଳ ଏବଂ ସମ୍ମାନିତ ଅତିଥି ମାନଙ୍କ କର କମଳରୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଏକ ସମ୍ମିଳନୀ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଉଦଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟା ପଣ୍ଡା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରରେ ସବୁଠାରୁ ଉତ୍ତମ କାର୍ଯ୍ୟ କରିଥିବା ୩ଜଣ ଆଶା କର୍ମୀଙ୍କୁ ୧ମ, ୨ୟ ଓ ୩ୟ ହାସଲ କରିଥିବାରୁ ୧୨ହଜାର ଟଙ୍କା, ୧୦ହଜାର ଟଙ୍କା ଏବଂ ୮ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା।

ସେହିପରି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତରଫରୁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ଗାଁକୁ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା। ସହରାଞ୍ଚଳ ସ୍ୱାସ୍ଥ୍ୟସେବା ଅନ୍ତର୍ଗତ ୬ଟି ମହିଳା ଆରୋଗ୍ୟ ସମିତିକୁ ମାନପତ୍ର ସହ ୩ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡଃ ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଫିସର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସିନିୟର କନସଲଟାଣ୍ଟ ଆଶା ଓ ଗାଁ କଲ୍ୟାଣ ସମିତି ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଉପ-ପରିଚାଳକ ସୁକାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ଶତୃଘ୍ନ ଦାଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି), ଡି.ପି.ଏମ୍ ଚକ୍ରଧର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅର୍ବାନ ହେଲଥ୍ ଆସିଷ୍ଟାଣ୍ଟ ମ୍ୟାନେଜର ମମତା ଦାଶ, ଗାଁ କଲ୍ୟାଣ ସମିତି ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟମ୍ବଦା ଦାଶ, ସ୍ବସ୍ତି ମହାନ୍ତି, ଅଶିତ କୁମାର ଦାଶ, ଜ୍ୟୋସ୍ନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରୁ ମେଡିକାଲ ଅଫିସର ,ବି.ପି.ଏମ୍ ,ଏ.ଡି.ପି.ଏଚ୍.ଇଓ ସଚଳା ମହାନ୍ତି, ଆଶାକର୍ମି, ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା, ସରପଞ୍ଚ ଏବଂ ମହିଳା ଆରୋଗ୍ୟ ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ।ଆଶା ଆସିଷ୍ଟାଣ୍ଟ ମ୍ୟାନେଜର ଅମିତା ପଣ୍ଡା କାର୍ଯ୍ୟକ୍ରମରେ ସହାୟତା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କାଗଜ କଲମରେ ଚାଲିଛି ଗାଁ କଲ୍ୟାଣ ସମିତି : ବ୍ୟାପକ ଟଙ୍କା ବାଟମାରଣା ନେଇ ଅଭିଯୋଗ

କନ୍ଦର୍ପ ବେହେରା

ରେଢାଖୋଲ: ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୃଷ୍ଟି ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ରାଜ୍ୟ ସରକାର ଗଠନ କରିଛନ୍ତି ଗାଁ କଲ୍ୟାଣ ସମିତି। ଓଡିଶାର ୩୦ ଟି ଜିଲ୍ଲାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ୧୧ ବର୍ଷ ହେଲା ଗାଁ କଲ୍ୟାଣ ସମିତି ଗଠନ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଦେଉଛନ୍ତି। ହେଲେ ଏହା ବିଶେଷ କରି କାଗଜ କଲମରେ ଚାଲିଛି। ଗ୍ରାମାଂଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆସୁଥିବା ଟଙ୍କା ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ସଂପୃକ୍ତ ବିଭାଗର ତଳିଆ କର୍ମଚାରୀମାନଙ୍କ ଦ୍ୱାରା ଟଙ୍କା ଆତ୍ମସାତ୍ ହେଉଥିବା ଅଭିଯୋଗ ହେଉଛି।

ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକର ୧୪ଟି ପଂଚାୟତରେ ୧୭୦ଟି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିତି ରହିଛି। ଗାଁ କଲ୍ୟାଣ ସମତି ଆରମ୍ଭ ହେବା ଦିନଠାରୁ ୫ ବର୍ଷ ଭଲ ଭାବରେ ଏହାର କାର୍ଯ୍ୟକ୍ରମ ଠିକ୍ ଠାକ୍ ଚାଲିଥିବାବେଳେ ଏବେ କିନ୍ତୁ କାଗଜ କଲମରେ ଏହାର କାମ ଚାଲିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ନାକ୍ଟିଦେଉଳ ବ୍ଲକରେ ୧୭୦ ଟି ଗାଁ କଲ୍ୟାଣ ସମିତିକୁ ୧୧ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ୯ ଲକ୍ଷ ପଂଚାଅଶୀ ହଜାର ବୟାନବେ ଟଙ୍କା ଆର୍ଥିକ ରାଶି ସରକାର ପ୍ରଦାନ କରିଥିବା ସରକାରୀ ସୁତ୍ରରୁ ପ୍ରକାଶ ।

ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଗାଁ କଲ୍ୟାଣ ସମିତିକୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥାଏ। ଗାଁ କଲ୍ୟାଣ ସମିତି ଅଙ୍ଗନଓାଡି କର୍ମୀ, ଓାର୍ଡମେମ୍ବର, ସ୍ୱେଚ୍ଛାସେବୀ, ଗ୍ରାମବାସୀଙ୍କ ମଧ୍ୟରୁ ୧୦ ରୁ ୧୨ ଜଣ ସଭ୍ୟ/ସଭ୍ୟାଙ୍କୁ ନେଇ ଗଠନ କରାଯାଇଥାଏ। ଅଙ୍ଗନଓ୍ବାଡି କର୍ମୀ ଓ ଓାର୍ଡମେମ୍ବର ମିଳିତଭାବେ ବ୍ୟାଙ୍କରେ ଏକ ପାସ୍ ବହି ଖୋଲି ସାରିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମିଳିତ ପାସ୍ ବହିରେ ଟଙ୍କା ଜମା କରାଯାଇଥାଏ। ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟଙ୍କ ବିନା ଅନୁମତିରେ ଏହି ଟଙ୍କା ଖର୍ଚ୍ଚ କରାଯାଇପାରିବ ନାହିଁ ସ୍ୱାସ୍ଥ୍ୟ ପରୀକ୍ଷା, ଗାଁ ସଫେଇ, କୂଅବିଶୋଧନ, କାନ୍ଥ ଲେଖା, ଗାଁ ପଡା ମାନଙ୍କରେ ସ୍ୱାସ୍ଥ୍ୟ ବାର୍ତ୍ତା ଆଦି କାର୍ଯ୍ୟକ୍ରମ ପ୍ରତିବର୍ଷ କରିବାକୁ ପଡିଥାଏ। ଏହି ଟଙ୍କାରେ ସ୍କୁଲ୍ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବାପାଇଁ ଗାଇଡ୍ ଲାଇନ୍ ରହିଛି। ଏଥି ନିମନ୍ତେ ଡାକ୍ତରଙ୍କର ପ୍ରେସ୍କିପ୍ସନ୍ ଅନୁଯାୟୀ ଔଷଧପତ୍ର ଗାଁ କଲ୍ୟାଣ ସମିତି ରୁ ଖର୍ଚ୍ଚ କରିବାର ନିୟମ ରହିଛି । ଔଷଧପତ୍ର କିଣାରେ ମଧ୍ୟ ବ୍ୟାପକ ଦୁର୍ନିତି ହେଉଛି । କେତେକ ଅଙ୍ଗନଓ୍ବାଡିକର୍ମୀ ଏହି ଟଙ୍କା ଖର୍ଚ୍ଚ ନ କରି ଓାର୍ଡମେମ୍ବରମାନଙ୍କୁ କିଛି ପକେଟ ଖର୍ଚ୍ଚ ଦେଇ କୌଣସି ଜନହିତକର କାମ ନ କରି ହଜାର ହଜାର ଟଙ୍କା ଆତ୍ମସାତ୍ କରୁଥିବା ଅଭିଯୋଗ ହେଉଛି ।

ବର୍ଷା ରୁତୁରେ କୂଅ, ନଳକୂପରେ ପାଣି ବିଶୋଧନ, ନଳ କୁପ ଚତୁଃପାର୍ଶ୍ବ ସଫା ରଖିବାର ଦାୟିତ୍ୱ ଗାଁକଲ୍ୟାଣ ସମିତିର ଥିଲେ ମଧ୍ୟ ଠିକ୍ ସମୟରେ ଏହି ସବୁ କାମ କରୁନାହାନ୍ତି। ଏହି କାମ ସ୍ୱେଚ୍ଛାସେବୀ ଭାବରେ କାମ କରିବାକୁ ପଡୁଥିବାରୁ ଅଙ୍ଗନଓାଡିକର୍ମୀ ମାନେ ମନ ଇଚ୍ଛା କାମ କରୁଛନ୍ତି। ଯା ଫଳରେ ସରକାରଙ୍କ ଏହି ଜନହିତକାର କାର୍ଯ୍ୟଟି ଲୋକମାନଙ୍କ ପାଖରେ ପହଂଚିପାରୁ ନଥିବା ଅଭିଯୋଗ ହେଉଛି । ପ୍ରତିବର୍ଷ ସ୍ୱାସ୍ଥ୍ୟବାର୍ତ୍ତା ଲେଖିବା ପାଇଁ ଟଙ୍କା ଥିଲେ ମଧ୍ୟ କୌଣସି କାନ୍ଥରେ ଲେଖା ଯାଉ ନ ଥିବା ଅଭିଯୋଗ ହେଇଛି । କେବଳ ବିଲ୍ ଭାଉଚର୍ ତଥା କାମ ନ ହୋଇ ୟୁସି ଦେଉଥିବା ଅନୁସନ୍ଧାନରୁ ଜଣାପଡିଛି । ସରକାର ଯେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଉଛନ୍ତି ତାହା ସଠିକ୍ ମାର୍ଗରେ ଖର୍ଚ୍ଚ ହେଉ ନ ଥିବାରୁ ସରକାରଙ୍କ ଏହି ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । କେତୋଟି ଗାଁ କଲ୍ୟାଣ ସମିତିର ଅଙ୍ଗନଓାଡି କର୍ମୀମାନେ ଏହି ଟଙ୍କା ଆତ୍ମସାତ୍ କରିପାରୁ ନ ଥିବାରୁ କିଛି କାମ କରୁ ନାହାନ୍ତି ଯା ଫଳରେ ସେଇ ଗାଁ କଲ୍ୟାଣ ସମିତିକୁ ଆଉ ଟଙ୍କା ମଧ୍ୟ ମିଳୁ ନଥିବା ଜଣା ପଡିଛି । ନାକ୍ଟିଦେଉଳ ବ୍ଲକ୍ ଡଇଁଚା ଅଙ୍ଗନଓ୍ବାଡିକର୍ମୀଙ୍କର ମନଇଚ୍ଛା କାର୍ଯ୍ୟ ଯୋଗୁ ଆସୁଥିବା ଗାଁ କଲ୍ୟାଣ ସମିତି ଟଙ୍କା ବ୍ୟାଙ୍କରୁ ଉଠାଇ ଆଣିଥିଲେ ମଧ୍ୟ ତାହା ନିଜ ପାଖରେ ରଖି ଖର୍ଚ୍ଚ କରୁନାହାନ୍ତି । ୨ ବର୍ଷ ହେଲା କମିଟିର ୧୦ ହଜାର ଟଙ୍କା ସଭ୍ୟ/ସଭ୍ୟା ଦସ୍ତଖତ ଦେଲା ପରେ ବ୍ୟାଙ୍କରୁ ଉଠାଇ ଆଣି ନିଜ ପାଖରେ ରଖି ତାକୁ ଖର୍ଚ୍ଚ କରୁନାହାନ୍ତି । ବାରମ୍ବାର ସଭ୍ୟ/ସଭ୍ୟାମାନେ ସେଇ ଟଙ୍କା ଖର୍ଚ୍ଚ ପାଇଁ କହୁଥିଲେ ମଧ୍ୟ ସେ ଆଦୌ ଶୁଣୁନାହାନ୍ତି ବୋଲି ସଭ୍ୟ/ସଭ୍ୟାମନେ ଅଭିଯୋଗ କରିଛନ୍ତି । ପ୍ରତିମାସରେ ଏହି ସମିତିର ମିଟିଂ ହେବାର ନିୟମ ରହିଥିଲେ ମଧ୍ୟ ଅଙ୍ଗନଓ୍ବାଡିକର୍ମୀ ଅସହଯୋଗ କରୁଥିବା ଅଭିଯୋଗ ହେଉଛି ।  ପୂର୍ବ ବର୍ଷର ଟଙ୍କା ଖର୍ଚ୍ଚ ହୋଇ ନ ଥିବାରୁ ଚଳିତ ବର୍ଷ ଆଉ ଟଙ୍କା ଡଇଁଚା ଗାଁ କଲ୍ୟାଣ ସମିତିକୁ ଆସି ନ ଥିବା ଜଣା ପଡିଛି । ଏଇଭଳି ଭାବରେ ଗାଁ କଲ୍ୟାଣ ସମିତିକୁ ଆସୁଥିବା ଟଙ୍କା ବ୍ୟାପକ ବାଟମାରଣା ହେଉଥିଲେ ମଧ୍ୟ ସଂପୃକ୍ତ ବିଭାଗ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି । ବର୍ଷକୁ ଏମିତି ଲକ୍ଷ ଲକ୍ଷ ଟଙ୍କା ଗାଁ କଲ୍ୟାଣ ସମିତିକୁ ଆସୁଛି । ଅଙ୍ଗନଓ୍ବାଡି କର୍ମୀମାନେ ମାଲେ ମାଲ ହେଉଛନ୍ତି ତଥାପି ପ୍ରଶାସନର ନିଘା ନାହିଁ ।

ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଗଲେ ମିଥ୍ୟା ବିଲ୍, ଭାଉଚର ଦେଇ ଟଙ୍କା ଆତ୍ମସାତ କରିଥିବା କର୍ମୀମାନଙ୍କର କଳାକାରନାମା ପଦାକୁ ଆସନ୍ତା ଏବଂ ସ୍ୱାସ୍ଥ୍ୟ ଯୋଜନାରେ ଏହି ଦୁର୍ନୀତି ଆଉ ଭବିଷ୍ୟତରେ ହୁଅନ୍ତା ନାହିଁ । ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।