ଖୋର୍ଦ୍ଧା ଜିଲ୍ଲା ଆଶା, ଗାଁ କଲ୍ୟାଣ, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ

Published: Apr 4, 2023, 6:18 pm IST

ଖୋର୍ଦ୍ଧା: ଆଜି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ -୨୦୨୨-୨୩ ପୂର୍ବାହ୍ନ ୧୧ ଘଟିକା ରେ ଜୟୀ ରାଜଗୁରୁ ଟାଉନ ହଲ ରେ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ମୁଖ୍ୟ ଅତିଥି ଥିବାବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ସଭାପତି ଥିଲେ। ଡ. ଆର୍ତ୍ତ ବନ୍ଧୁ ନାୟକ ପୌରାହିତ୍ୟ କରିଥିଲେ। ଭାବଗ୍ରାହୀ କଳାନିକେତନ ର ବିମଳ ପ୍ରସାଦ ପରିଡା ମଞ୍ଚକୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ସଭା ପରିଚାଳନା କରଥିଲେ। ଡ଼. ରଘୁନାଥ ନାୟକ ସ୍ୱାଗତ ଭାଷଣ ରଖିଥିଲେ।

ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରତ୍ୟେକ ମା ଜଣେ ଜଣେ ଆଶା ଦିଦି ସଂଗେ ସମାନ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ.ଆଶା ମା ମାନଙ୍କ କାର‌୍ୟ୍ୟ ଶୈଳୀ ବହୁତ ନିଆରା। ସେଥିପାଇଁ ସେମାନଙ୍କୁ ପୁରସ୍କୃତ ହେବାର ଯୋଗ୍ୟ। ମଂଚାସୀନ ସମସ୍ତ ଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର,ଡ଼.ବିଜନ କୁମାର ପଣ୍ଡା, ପ୍ରଭୃତି ବକ୍ତବ୍ୟ ରଖି ଥିଲେ।

ଜିଲ୍ଲାପାଳ ଏବଂ ସମ୍ମାନିତ ଅତିଥି ମାନଙ୍କ କର କମଳରୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Related posts