ଚିଲିକା: ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ରକ୍ତଦାନ ଶିବିର

Published: Aug 4, 2023, 9:26 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ଜରିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର। ଯୁବ ଗୋଷ୍ଠି ମାନଙ୍କ ମଧ୍ୟ୍ୟରେ ରକ୍ତ ଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ଆଶା କର୍ମୀ, ଅଙ୍ଗନବାଡୀ କର୍ମି, ସ୍ୱାସ୍ଥ୍ୟ କର୍ମୀ ଓ ସି ଏଚ୍ ଓ ମାନଙ୍କ ମିଳିତ ସହଯୋଗରେ ଉକ୍ତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜରିପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପିନା କୁମାରୀ ସାହୁ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ରଶ୍ମିରେଖା ଜେନା, ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଓମକାର ପ୍ରସାଦ ଜେନା, ଖୋର୍ଦ୍ଧା ଜିଲ୍ଲା ଡ଼ିପିଏମ ପ୍ରକାଶ ବାନାର୍ଜୀ, ଖୋର୍ଦ୍ଧା ଜିଲା ଆଶା କର୍ମୀ ସହ ପରିଚାଳିକା ରୋଜାଲିନ୍ ମହାପାତ୍ର, ବାଲୁଗାଁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଆରତୀ ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉସ୍ଚାହିତ କରିଥିଲେ।

ଜିଲ୍ଲା ରେଡକ୍ରସ୍ ଡା ସୌରଭ କୁମାର ରାୟ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହି ଶିବିରରୁ ମୋଟ ୫୨ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇଥିଲା।

Related posts