ଦେଶ ଯାହା ନିଷ୍ପତ୍ତି ନେବ ସ୍ୱୀକାର କରିବୁ- ବିରାଟ କୋହଲି

Published: Feb 23, 2019, 7:21 pm IST

ପୁଲୱାମା ବିସ୍ଫୋରଣ ପରେ ସାରା ଦେଶରେ ଆତଙ୍କବାଦ ଏବଂ ପାକିସ୍ତାନ ବିରୋଧରେ ସ୍ୱର ଉଠିଛି । ଆଗାମୀ ବିଶ୍ୱକପରେ ଭାରତ ପାକିସ୍ତାନ ବିରୋଧରେ ମ୍ୟାଚ ନ ଖେଳିବା ପାଇଁ ମଧ୍ୟ ଦାବି ହେଉଛି । ଆଜି ଏହି ମାମଲାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ।  କୋହଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଦେଶ ଯାହା ନିଷ୍ପତି ନେବ ତାଙ୍କୁ ସେ ସମର୍ଥନ କରିବେ ।  ଏହାସହ ସେ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି ।  ସୂଚନାଯୋଗ୍ୟ କି, ଭାରତ ପାକିସ୍ତାନକୁ ସବୁ କ୍ଷେତ୍ରରେ ଏକ ଘରିକିଆ କରିବାକୁ ଚାହୁଁଛି  ।ଏ ହାସହ  ଆସନ୍ତା ବିଶ୍ୱକପରେ ପାକିସ୍ତାନ ବିରୋଧରେ ମ୍ୟାଚ ଖେଳିବ ନାହିଁ ବୋଲି ଆଶଙ୍କା କରାଯାଉଛି । ବିସିସିଆଇ ଏହି ନିଷ୍ପତି ଭାରତ ସରକାରଙ୍କ ଉପରେ ଛାଡି ଦେଇଛି ।

Related posts