Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋରନା ଭାଇରସ ସଂକ୍ରମିତ ଦେଶରୁ 236 ଜଣଙ୍କୁ ଉଦ୍ଧାର, ମାର୍ଚ୍ଚ 2 ତାରିଖ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ଭାରତର ନିର୍ଦ୍ଦେଶ
ଜାତୀୟ ଖବର

କୋରନା ଭାଇରସ ସଂକ୍ରମିତ ଦେଶରୁ 236 ଜଣଙ୍କୁ ଉଦ୍ଧାର, ମାର୍ଚ୍ଚ 2 ତାରିଖ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ଭାରତର ନିର୍ଦ୍ଦେଶ

February 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଜାପାନରୁ ୧୧୯ ଜଣ, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁରୁ ଜଣେ ଜଣେ କରି ଏହି ପରି ମୋଟ ୧୨୪ ଜଣ ଭାରତୀୟ ନାଗରିକଙ୍କୁ ଏୟାର ଇଣ୍ଡିଆ ଉଦ୍ଧାର କରିଛି। କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଜାପାନର ୟାକୋହାମ୍ମାଠାରେ ଡାଇମଣ୍ଡ ପ୍ରିନସେନ୍ସ ନାମକ ଯାତ୍ରୀବାହୀ ଜାହାଜରେ ଅଟକ ରଖାଯାଇଥିଲା। ଏହା ବ୍ୟତୀତ କରୋନା ସଂକ୍ରମଣର ଉଦ୍ରେକ ସ୍ଥଳୀ କୁହାଯାଉଥିବା ଚୀନର ଉହାନରୁ ମଧ୍ୟ ଭାରତୀୟ ବାୟୁସେନାର ଏକ ବିମାନ ୧୧୨ ଜଣଙ୍କୁ ଉଦ୍ଧାର କରିଛି।

ଏଥିରେ ୭୬ ଜଣ ଭାରତୀୟ ନାଗରିକ ସହ ବାଂଲାଦେଶ, ମିଆଁମାର, ମାଲଦ୍ୱୀପ, ଚୀନ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମାଡାଗାସ୍କରର ୩୬ ଜଣ ଅନ୍ତର୍ଭୁକ୍ତ । ଏମାନେ ଆଜି ଭାରତରେ ପହଂଚିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ଜାପାନରୁ ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ମନସେର ସେନା ଶିବିର ଓ ଉହାନରୁ ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଛାୱଲାଠାରେ ଥିବା ଆଇଟିବିପି ସେବା କେନ୍ଦ୍ରରେ ପ୍ରଥମେ ରଖାଯିବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଡାଇମଣ୍ଡ ପ୍ରିନସେନ୍ସ ଜଳ ଜାହାଜରେ ଥିବା ୧୩୮ ଜଣ ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ୧୨୨ଜଣଙ୍କୁ ପରୀକ୍ଷା କରାଯାଇ ୧୧୯ ଜଣଙ୍କ ଠାରେ ଭୂତାଣୁ ନେଗେଟିଭ ବାହାରିଥିଲା । ସେମାନଙ୍କୁ ଭାରତକୁ ଅଣାଯାଇଥିବା ବେଳେ ୩ ଜଣ ଭାରତୀୟ ନାଗରିକ ଫେରିବାକୁ ମନା କରିଦେଇଥିଲେ । ବାକି ୧୬ ଜଣଙ୍କୁ ଜାପାନର ହସ୍ପିଟାଲରେ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । ଚୀନର ଲୋକମାନଙ୍କର ଏପରି ଦୁଃସ୍ଥିତିକୁ ଉପଲବ୍ଧି କରି ଭାରତ ସରକାର ଉହାନକୁ ୧୫ଟନ ମେଡିକାଲ ରିଲିଫ ପଠାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଶ୍ୱବ୍ୟାପୀ କରୋନା ଭୂତାଣୁର ବ୍ୟାପକତା ଦୃଷ୍ଟିରୁ ପୂର୍ବରୁ ଦିଆଯାଇଥିବା ଉପଦେଶ ଭଳି ଭାରତୀୟମାନଙ୍କୁ ନିହାତି ଦରକାର ନଥିଲେ ସିଙ୍ଗାପୁର, କୋରିଆ ସାଧାରଣତନ୍ତ୍ର ଓ ଇଟାଲୀକୁ ନଯିବା ପାଇଁ ଅତିରିକ୍ତ ନିୟମାବଳୀ ଜାରି କରାଯାଇଛି । ଏହାଛଡା ୧୦ ଫେବୃଆରୀ ପରେ ବିଭିନ୍ନ ସ୍ଥାନରେ ଭ୍ରମଣରେ ଯାଇ କୋରିଆ ସାଧାରଣତନ୍ତ୍ର, ଇରାନ ଓ ଇଟାଲୀରୁ ଭାରତକୁ ଆସୁଥିବା ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ସମସ୍ତଙ୍କଠାରୁ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଓ ତାଠାରୁ ଉପରିସ୍ଥ ଅଧିକାରମାନେ ବିଭିନ୍ନ ରାଜ୍ୟ ଗସ୍ତକରି କରୋନା ଭୂତାଣୁ ସଂକ୍ରମଣ ନେଇ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ବୁଝୁଛନ୍ତି । ଆବଶ୍ୟକ ହେଲେ ଏହି ଗସ୍ତ ଦ୍ୱାରା ସମ୍ପୃକ୍ତ ରାଜ୍ୟଗୁଡିକ ସେମାନଙ୍କର ସମ୍ଭାବ୍ୟ ଆବଶ୍ୟକତା ସମ୍ପର୍କରେ ଜଣାଇବା ସହ ରାଜ୍ୟର ଯାଂଚ ସଂସ୍ଥାଗୁଡିକ ମଧ୍ୟ ମଜବୁତ ହେବେ । ଆସନ୍ତା ମାସ ୨ ତାରିଖ ସୁଦ୍ଧା ଏକ ସୂଚୀ ପୂରଣ କରି ରିପୋର୍ଟ ଦେବା ପାଇଁ ସେମାନଙ୍କୁ କୁହାଯାଇଛି ।

ଏ ପର୍ଯ୍ୟନ୍ତ ୪୭୮୭ଟି ବିମାନର ୪,୮୨,୯୨୭ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ୨୧ଟି ବିମାନ ବନ୍ଦର, ୧୨ଟି ପ୍ରମୁଖ ଜଳଜାହାଜ ବନ୍ଦର, ୬୫ଟି କ୍ଷୁଦ୍ର ଜଳ ବନ୍ଦର ଏବଂ ନେପାଳ ସୀମାକୁ ଲାଗିଥିବା ଅଂଚଳ ଗୁଡିକରେ ନିୟମିତ ଯାଂଚ କରାଯାଉଛି । ଆଇଡିଏସପି ନେଟୱର୍କ ଜରିଆରେ ଯାତ୍ରୀମାନଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ଯାଂଚ କରାଯାଉଛି। ଆଇଡିଏସପି ଜରିଆରେ ବର୍ତମାନ ୨୩,୫୩୧ ଜଣ ଯାତ୍ରୀଙ୍କୁ ଗୋଷ୍ଠୀ ସେବା ଯାଂଚ ଅଧିନରେ ରଖାଯାଇଛି ।

ପରୀକ୍ଷା ପାଇଁ ପଠାଯାଇଥିବା ୨୮୩୬ଟି ନମୂନା ମଧ୍ୟରୁ ୨୮୩୦ଟି ନମୂନା ନେଭେଟିଭ ହୋଇଥିବା ବେଳେ କେରଳରେ କେବଳ ୩ଟି ନମୂନା ପଜିଟିଭ ବାହାରିଥିଲା । ତେବେ ସେମାନେ ସମସ୍ତ ଆରୋଗ୍ୟ ହୋଇ ଘରକୁ ଫେରିଯାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ନମୂନା ପରୀକ୍ଷା ଚାଲିଛି । ମନସେର ଓ ଛାୱଲାରେ ଅଲଗା ଭାବେ ରଖାଯାଇଥିବା ୬୪୫ ଜଣ ଉଦ୍ଧାର ପାଇଥିବା ବ୍ୟକ୍ତିଙ୍କୁ ଫେବୃଆରୀ ୧୮ ତାରିଖ ଦିନ ଡିସଚାର୍ଜ କରାଯାଇଛି ।

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026

ଜନସାଂଖ୍ୟିକ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି’ ଗଠନ କଲେ ଭାରତ ସରକାର

May 27, 2026

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

May 27, 2026
Latest News

ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ

May 27, 2026

ରୋଚକ ମୋଡରେ କର୍ଣ୍ଣାଟକ ରାଜନୀତି : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା

May 27, 2026

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ରାଜଧାନୀରେ ଏନକାଉଣ୍ଟର

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.