ପୁଣି ଜଣେ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ, ଦଙ୍ଗାକୁ ନେଇ କହିଲେ ଏପରି କଥା

Published: Feb 28, 2020, 10:37 am IST

ହରିୟାଣା: ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ ଜଳୁଥିବାବେଳେ ଅପରପକ୍ଷରେ ଆମ ଜନ ପ୍ରତିନିଧିମାନେ ନିଜ ଜବାନ୍‌ ଉପରେ ଲଗାମ ଦେଇପାରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ପାଇଁ ଦିଲ୍ଲୀ ଛାରଖାର ହୋଇଥିବାବେଳେ ପୁଣି ଥରେ ଜଣେ ମନ୍ତ୍ରୀ ଏପରି ଏକ ବିବାଦୀୟ ବୟାନବାଜି ଆରମ୍ଭ କରିଛନ୍ତି। ବିଜେପିର ଏହି ବୟାନବାଜିକୁ ନେଇ ବିରୋଧୀ ଟାର୍ଗେଟ୍‌ କରିବା ସହିତ କୋର୍ଟ ମଧ୍ୟ କଡ୍ଡା ଟିପ୍ପଣୀ କରିସାରିଲେଣି। ତଥାପି ବିଜେପି ନେତା ସୁଧୁରିବାର ନାଁ ଧରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ଅଭିଯୋଗରେ ଗିରଫ କରିବା ପାଇଁ ଦିଲ୍ଲୀ କୋର୍ଟକୁ ଦିଲ୍ଲୀ ପୋଲିସ୍‌ ଅଧିକ ସମୟ ମାଗିଥିବାବେଳେ ଖଟ୍ଟର ସରକାରଙ୍କ ଜଣେ ମନ୍ତ୍ରୀ ପୁଣି ଥରେ ଏହିପରି ଏକ ବୟାନ ଦେଇଛନ୍ତି।

ହରିୟାଣା ଖଟ୍ଟର ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ରଣଜିତ୍‌ ଚୌଟ୍ଟାଲ କହିଛନ୍ତି ଯେ, ଦଙ୍ଗା ତ ଏମିତି ହେଉଥାଏ, ଏହା ଜୀବନର ଏକ ଅଂଶବିଶେଷ।

ରଣଜିତ୍‌ ଚୌଟ୍ଟାଲାଙ୍କ ଏହି ବୟାନର ଭିଡିଓଟି ବେଶ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ରଣଜିତ୍‌ ଏହି ଭିଡିଓରେ ଦଙ୍ଗା ଏପରି ଭାବରେ ହେଉଥିବ, ପୂର୍ବରୁ ହେଉଥିଲା। ଯେବେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ହୋଇଥିଲା, ସେତେବେଳେ ଦିଲ୍ଲୀ ପୂରା ଜଳିଥିଲା। ଏହା ଜୀବନର ଏକ ଅଂଶ। ଯାହା ହେଉଥିବ। ସରକାର ଏହି ମାମଲାକୁ ଦକ୍ଷତାର ସହ ନିୟନ୍ତ୍ରଣ କରୁଛନ୍ତି। କାଲି ସମସ୍ତ ଜାଗାରେ କର୍ଫ୍ୟୁ ଲଗାଇଥିଲେ । ଏହା ଦିଲ୍ଲୀ ତଥା ନ୍ୟାୟପାଳିକାର ମାମଲା ଅଟେ।

ସୂଚନାଯୋଗ୍ୟ, ଦିଲ୍ଲୀ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 38ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦଙ୍ଗାର ମାମଲାର ତଦନ୍ତ କରିବା ପାଇଁ ଏସ୍‌ଆଇଟି ଗଠନ କରାଯାଇଛି। ଏହି ହିଂସାକୁ ନେଇ 48ଟି ମାମଲା ରୁଜୁ କରିଛି।

Related posts