ଆସାମ ମଦମୃତ୍ୟୁ ୧୨୦ ଛୁଇଁଲା

Published: Feb 24, 2019, 1:00 pm IST

ଆସାମର ଗୋଲଘାଟା ଓ ଜୋରହାଟ ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ପିଇ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଲାଣି  । ଏପରି ଘଟଣା ଆସାମ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ଦ୍ୱାରା ଉକ୍ତଅଞ୍ଚଳରେ ଲୋକମାନଙ୍କ ଦ୍ୱାରା  ସରକାର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆକ୍ରାନ୍ତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆସାମ ସରକାର । ଘଟଣାର ବିଧିବଦ୍ଧ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୨୧ରେ ଗୋଲାଘାଟା ଠାରେ ପ୍ରଥେମ ମଦମୃତ୍ୟର ଖବର ଜଣାପଡିଥିଲା । କିଛିଦିନ ତଳେ ଉତ୍ତରପ୍ରଦେଶ ଏବଂ ଝାଡଖଣ୍ଡରେ ବିଷାକ୍ତ ମଦ ପିଇ ଶହେରୁ  ଉର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କରିଥିଲେ।

Related posts