କ୍ଲାଇମାକ୍ସ ପାଇଁ ୧୦କୋଟି

Published: Feb 24, 2019, 12:27 pm IST

ସଲ୍‌ମାନ୍‌-କ୍ୟାଟ୍ରିନା ଅଭିନୟ କରୁଥିବା ତଥା ନିର୍ମାଣାଧୀନ ହିନ୍ଦୀ ସିନେମା ‘ଭାରତ’କୁ ନେଇ ଚର୍ଚ୍ଚା ଜାରି ରହିଛି । ବିଗ୍‌ବଜେଟ୍‌ର ଏହି ନିର୍ମାଣଧୀନ ଏହି ଫିଲ୍ମରେ ସଲମାନ୍‌ କ୍ୟାଟ୍ରିନାଙ୍କ ବ୍ୟତୀତ ଦିଶା ପଟ୍ଟାନି, ସୁନୀଲ୍‌ ଗ୍ରୋଭର୍‌, ଜ୍ୟାକିଶ୍ରଫ୍‌, ତବୁ ପ୍ରମୁଖ ଅଭିନୟ କରୁଛନ୍ତି । କୋରିଆନ୍‌ ଫିଲ୍ମ ‘ଅଡ୍‌ ଟୁ ମାଇଁ ଫାଦର’ ଛାୟାରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲୀ ଆବାସ୍‌ ଜାଫର୍‌ । ଏହି ଫିଲ୍ମର ଶୁଟିଂ ସମୟରେ ସଲମନ୍‌ ନିଜେ ସବୁକିଛି ଅନୁଧ୍ୟାନ କରୁଛନ୍ତି। ତେବେ ଏହି ଫିଲ୍ମର କ୍ଲାଇମାକ୍ସ ପାଇଁ ୧୦କୋଟି ଖର୍ଚ୍ଚ ହୋଇଛି ବୋଲି ଶୁଣିବାକୁ ମିଳୁଛି। ମୁମ୍ବାଇ ଫିଲ୍ମ ସିଟିର ଏକ ବ୍ୟୟବହୁଳ ଦୃଶ୍ୟର ଶୁଟିଂ ଶେଷ କରିବାକୁ ପାଖାପାଖି ୨୪ ଘଣ୍ଟା ଲାଗିଥିଲା। ଫିଲ୍ମରେ ସଲମାନ୍‌ଙ୍କ ଲୁକ୍‌କୁ ନେଇ ବେଶ୍‌ ଚର୍ଚ୍ଚା ରହିଛି । ଫିଲ୍ମରେ ସଲମାନ୍‌ଙ୍କୁ ବିଭିନ୍ନ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ଇଦ୍‌ ଅବସରରେ ଭାଇଜାନ୍‌ଙ୍କ ଏହି ଫିଲ୍ମକୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଚାତକ ପରି ଚାହିଁରହିଛନ୍ତି ।

Related posts