ଦିଲ୍ଲୀ ହିଂସା : 167ଟି ଏଫଆଇଆର ରୁଜୁ, ଆଜିଠାରୁ ମିଳିବ ଅନୁକମ୍ପା ରାଶି

Published: Mar 1, 2020, 9:27 am IST

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ଦିଲ୍ଲୀ ହିଂସାରେ 167 ଏଫଆଇଆର ହୋଇଥିବା ବେଳେ 885 ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ମୃତକଙ୍କ ସଂଖ୍ୟା 43 ହୋଇଥିବା ବେଳେ ଜାତୀୟ ରାଜଧାନୀ ଅନ୍ତର୍ଗତ ଗୁରୁ ତେଗ ବାହାଦୂର ଡାକ୍ତରଖାନା ଓ ଏଲଏନଜେପି ହସ୍ପିଟାଲରେ 200ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ହିଂସାକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ।

ଆଜିଠାରୁ ଦିଲ୍ଲୀ ହିଂସାରେ ମୃତକ ଓ ଆହତ ପରିବାରକୁ ଅନୁକମ୍ପା ପ୍ରଦାନ କରାଯିବ। ପୀଡ଼ିତମାନଙ୍କୁ ଫାର୍ମ ପଠାଯାଉଛି। ଯେଉଁଲୋକଙ୍କ ଘର ନାହିଁ, ସେମାନଙ୍କ ପାଇଁ ଆଶ୍ରୟ ଗୃହର ବ୍ୟବସ୍ଥା କରାଯାଉଛି। ଏବେ ଦିଲ୍ଲୀରେ ହିଂସା ନିୟନ୍ତ୍ରଣରେ ରହିଛି। (ଏଜେନ୍ସି)

Related posts