ଜାଲରେ ପଡିଲା ନଅଶହ କିଲୋଗ୍ରାମର ମାଛ

Published: Mar 2, 2020, 12:26 pm IST

ଦୀଘା : ମତ୍ସଜୀବୀଙ୍କ ଜାଲରେ ପଡିଲା 900 କିଲେଗ୍ରାମର ମାଛ । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କା ନିଲାମ କରାଯାଇଥିବା ସୂଚନା ମିଳିଛି। ଏହି ମାଛକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

Related posts