Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଆତଙ୍କ ପରେ ଅଜଣା ରୋଗର ଶିକାର ହେଉଛନ୍ତି ଲୋକେ
ଆଜିର ଖବର

କରୋନା ଆତଙ୍କ ପରେ ଅଜଣା ରୋଗର ଶିକାର ହେଉଛନ୍ତି ଲୋକେ

March 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଥୋଓପିଆ :ଦୁନିଆରେ କରୋନା ଭାଇରସ୍‌ ଏକ ଆତଙ୍କ ସୃଷ୍ଟି କରିଥିବାବେଳେ ଆଫ୍ରିକାର ଇଥୋଓପିଆ ଅଞ୍ଚଳରେ ଏକ ଅଜଣା ରୋଗର ଆତଙ୍କ ସୃଷ୍ଟି କରିଛି । ଏହି ରୋଗରେ ପୀଡ଼ିତଙ୍କ ନାକ ଓ ମୁହଁରୁ ରକ୍ତ ବାହାରିବା ସହିତ ଆଖି ହଳଦିଆ ପଡିଯାଉଛି । ଏବଂ ଏହା ପରେ ରୋଗୀର ମୃତ୍ୟୁ ଘଟୁଛି ।

ମିଳିଥିବା ସୂଚନା ଅନସାରେ ଇଥୋଓପିଆର ସୋମାଲୀରେ ଏହି ରହସ୍ୟମୟ ରୋଗରେ ଏପର୍ଯ୍ୟନ୍ତ 15ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍‌ର ତେଲ ଡ୍ରିଲିଙ୍ଗ୍‌ରୁ ବାହାରୁଥିବା ବିଷାକ୍ତ ଆବର୍ଜନା ଯୋଗୁଁ ଏହି ବେମାରୀ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବେମାରୀ ସର୍ବପ୍ରଥମେ ସୋମାଲିର ଏକ ଗ୍ୟାସ୍‌ ପରିଯୋଜନା ନିକଟରେ ଅବସ୍ଥିତ ଗ୍ରାମରେ ଦେଖାଯାଇଥିଲା ।

ଏହି ରୋଗରେ ପ୍ରାଥମିକ ଅବସ୍ଥାରେ ଆଖି ହଳଦିଆ ପଡିବା ସହିତ ଶରୀରରେ ବହୁତ କଷ୍ଟ ହୋଇଥାଏ। ଏହା ପରେ ଅଚାନକ ଭାବରେ ଆଖି ଓ ମୁହଁରୁ ରକ୍ତ ବାହାରିଥାଏ । ପରେ ରୋଗୀର ମୃତ୍ୟୁ ହୋଇଯାଇଥାଏ। ଏହା ସହିତ ଏହି ରୋଗ ଯୋଗୁଁ ଆଙ୍ଗୁଠି ମଧ୍ୟ ହଳଦିଆ ହୋଇଯାଉଥିବାର ଜଣାପଡିଛି। ଭୋକ ନ ଲାଗିବା, ନିଦ ନ ହେବା ମଧ୍ୟ ଏହି ରୋଗର ଅନ୍ୟତମ ଲକ୍ଷଣ। ତେବେ  ଏହି ରୋଗର କାରଣ କ’ଣ ଓ ଏହା କି’ପ୍ରକାରର ରୋଗ ଅଟେ,  ସେସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ରସାୟନିକ ଆବର୍ଜନା ଯୋଗୁଁ ଏହି ରୋଗ ବ୍ୟାପୁଥିବାର ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଚୀନରେ ଦେଖାଦେଇଥିବା କରୋନା ପ୍ରଭାବରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 88,000ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । କେବଳ ଚୀନ୍‌ ନୁହେଁ, ଏହି ରୋଗ ୟୁରୋପୀୟ ରାଷ୍ଟ୍ରସଂଘର 18ଟି ରାଷ୍ଟ୍ରରେ ଏହି ଭାଇରସ୍‌ ପହଞ୍ଚିଛି ।

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026
Latest News

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.