Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାବାଳିକା ଦ୍ବୟଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କରୁଥିଲେ ଏପରି ହୀନ କାର୍ଯ୍ୟ
ଅପରାଧ

ନାବାଳିକା ଦ୍ବୟଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କରୁଥିଲେ ଏପରି ହୀନ କାର୍ଯ୍ୟ

March 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଦୁଷ୍କର୍ମ ପରି ଘଟଣା ଆମ ଦେଶରୁ ଥମିବାର ନାଁ ନେଉନାହିଁ । ଆଇନ କଡାକଡି ହେଲେ ମଧ୍ୟ ଅପରାଧୀମାନେ ଏଭଳି ପାପ କାର୍ଯ୍ୟରୁ ନିବୃତ୍ତ ରହୁନାହାନ୍ତି । ଆଜିର ସମୟରେ ନିଜ ପରିଚିତ ଲୋକଙ୍କ ପାଖରେ ମଧ୍ୟ ଝିଅଟିଏ ସୁରକ୍ଷିତ ରହୁଥିବାର ମନେ ହେଉନାହିଁ। ଉତ୍ତରପ୍ରଦେଶରେ ନିଜ ସମ୍ପର୍କୀୟମାନଙ୍କ ଦ୍ବାରା ଦୁଇ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ଖବର ମିଳିଛି ।

ଉତ୍ତରପ୍ରଦେଶର ମଉ ଜିଲ୍‌ଲାରେ ଦୁଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ନାବାଳିକାଙ୍କ ବୟସ ଯଥାକ୍ରମେ 9 ଓ 10 ବର୍ଷ । 22 ବର୍ଷୀୟ ଅଭିଯୁକ୍ତ ମଣ୍ଟୁ ଓ ତାଙ୍କ ସାଙ୍ଗ ଅମିତ୍‌ ଦୁହେଁ ନାବାଳିକାଙ୍କ ଏଭଳି ହୀନ କାମ କରୁଥିବାର ପୀଡ଼ିତାଙ୍କ ପରିବାର କହିଛନ୍ତି । ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ପୁଲୀସ୍‌ ଅଧୀକ୍ଷକ ଦୁଇ ପୀଡ଼ିତାଙ୍କ ମେଡ଼ିକାଲ୍‌ ଚେକ୍‌ ପାଇଁ ହସ୍ପିଟାଲ୍‌ ପଠାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ପୀଡ଼ିତାଦ୍ବୟଙ୍କୁ କିଛି ଦିନ ଧରି ଦୁଷ୍କର୍ମ କରି ଚାଲିଥିଲେ । ଏହି ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିବାର ପୀଡ଼ିତା ଦ୍ବୟ ସ୍ବୀକାର କରିଛନ୍ତି । ପୀଡ଼ିତାଙ୍କ ବଡ ଭଉଣୀଙ୍କୁ ପୀଡ଼ିତା ଦ୍ବୟ ଏ ସମ୍ପର୍କରେ ସୂଚନା ଦେଇଥିବାବେଳେ ମାମଲାଟି ସାମ୍ନାକୁ ଆସିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଧାରା 376ଡି (ଗଣଦୁଷ୍କର୍ମ) ଓ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଜେଲ୍‌କୁ ପଠାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Latest News

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.