କରୋନା ଭାଇରସ୍‌ : ସାମ୍ନାକୁ ଆସିଲା 2,241ଟି ନୂତନ ମାମଲା, ମୃତ୍ୟ ସଂଖ୍ୟା 3,282କୁ ବୃଦ୍ଧି

Published: Mar 6, 2020, 11:47 am IST

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସ୍‌ ପ୍ରଭାବ ବେଶ୍‌ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଗତକାଲି  2,241 ନୂତନ ମାମଲା ସାମ୍ନାକୁ ଆସିଛି। ମୋଟ ଉପରେ ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 95,333 ହୋଇଥିବାର ସୂଚନା ମିଳିଛି। ଗତକାଲି ଏହି ଭାଇରସ୍‌ ଯୋଗୁଁ 84 ଲୋକ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ସଂଖ୍ୟା 3,282ରେ ପହଞ୍ଚିଛି।  ଗତ 24 ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ  ପାଞ୍ଚଟି ଦେଶରେ ସିଓଭିଆଇଡି-19 (କରୋନାଭାଇରସ୍‌)ର ସଂକ୍ରମିତ ମାମଲା ନଜରକୁ ଆସିଛି ।

ଭାରତରେ କରାେନା ସଂକ୍ରମିତଙ୍କ ସଂଖ୍ୟା 30ରେ ପହଞ୍ଚିଥିବାବେଳେ ଗାଜିଆବାଦର ଜଣଙ୍କ ପାଖରୁ ପଜିଟିଭି ଭୂତାଣୁ ମିଳିଛି ।  କରୋନା ପଜିଟିଭ ରୋଗୀଙ୍କ ମଧ୍ୟରେ 14 ଜଣ ଭାରତୀୟ ରହିଥିବାବେଳେ 16ଜଣ ବିଦେଶୀ ରହିଛନ୍ତି । କରୋନା ପାଇଁ ବିମାନବନ୍ଦର ଗୁଡିକରେ ଯାଞ୍ଚ ହେବା ସହିତ 29607 ଜଣ ବ୍ୟକ୍ତିଙ୍କୁ ଆଇଡିଏସ୍‌ପି କମ୍ୟୁନିଟି ସର୍ଭିଲାନ୍ସରେ ରଖାଯାଇଛି । କରୋନା ସହ ଲଢେଇ ପାଇଁ ସରକାର ପୂରା ଜୋରସୋରରେ ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବଦ୍ଧନ ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ସହ କରୋନା ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି।  ସରକାରଙ୍କ ତରଫରୁ କରୋନା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

Related posts