କରୋନା ଯାଞ୍ଚ ପାଇଁ 31ଟି ପରୀକ୍ଷାଗାରର ତାଲିକା ଘୋଷଣା

Published: Mar 6, 2020, 4:34 pm IST

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ସଂକ୍ରମିତଙ୍କ ସଂଖ୍ୟା ଏବେ 31କୁ ବୃଦ୍ଧି ପାଇଛି। କରୋନାକୁ ନେଇ ଦେଶ ଏବେ ଆଲର୍ଟ ରହିଛି । କରୋନା ଭାଇରସ୍‌ର ଯାଞ୍ଚ ପାଇଁ ସରକାର 31ଟି ଲାବ୍ରୋଟେରୀ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ 13ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଥିବାବେଳେ ଏବେ ଆଉ 18ଟି ପରୀକ୍ଷାଗାରରେ ଏହା ଯାଞ୍ଚ କରାଯାଇପାରିବ ।

ସରକାରଙ୍କ ଦ୍ବାରା ଜାରି ହୋଇଥିବା ପରୀକ୍ଷାଗାର ସୂଚୀ ଅନୁସାରେ – ଦିଲ୍ଲୀର ଏମ୍ସ, ଲକ୍ଷ୍ନୌର କେଜିଏମ୍‌ୟୁ, ଜୟପୁରର ଏସଏମଏସ୍‌, କୋଲକାତାର ଏନ୍‌ଆଇସିଇଡି, ଗୌହ୍ବାଟୀର ଜିଏମ୍‌ଟି, ନାଗପୁରର ଆଇଜିଜିଏମ୍‌ସି, ମୁମ୍ବାଇର କସ୍ତୁରବା ମେଡ଼ିକାଲ୍‌ କଲେଜ, ଅହମଦାବାଦର ବିଜେ ମୋଡିକ୍‌ କଲେଜ, ସିକନ୍ଦରାବାଦର ଗାନ୍ଧି ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ବିଏମ୍‌ସିଆରଆଇ ଓ ଏନ୍‌ଆଇବି ଫିଲ୍ଡ ୟୁନି, ଚେନ୍ନାଇର କେଆଇପିଏମ୍‌ଆର ଓ ଅଲଫୁଜ୍ଜହା ଓ ଏନ୍‌ଆଇବି ଫିଲ୍ଡ ୟୁନିରେ କରୋନା ଭାଇରସର ଯାଞ୍ଚ କରାଯାଇପାରିବ।

ଏତଦ୍‌ବ୍ୟତୀତ ଆଜିଠାରୁ ଶ୍ରୀନଗରର ଏସ୍‌କେଆଇଏମଏସ୍‌, ଜମ୍ମୁର ଜିଏମ୍‌ସି, ଚଣ୍ଡୀଗଡର ପିଜିଆଇଏମଇଆର, ଯୋଧପୁରର ଏସଏନ୍‌ଏମସି, ପାଟନାର ଆରଏମ୍‌ଆରଆଇଏମ୍‌, ଡିବ୍ରୁଗଡର ଆରଏମଆରସି, ଅଗରତାଲାର ଜିଏମ୍‌ସି, ଭୁବନେଶ୍ବରର ଆରଏମଆରସି, ରାୟପୁର ଏମ୍ସ, ଭୋପାଲ ଏମ୍ସ, ଜବଲପୁର ଏନ୍‌ଆଇଆରଟିଏଚ୍‌, ତିରୁପତିର ଏସ୍‌ବିଆଇଏମଏସ୍‌, ପୁଡୁଚେରୀର ଆଇଆଇପିଏମଇଆର, ହଲ୍ଦବାନୀର ଜିଏମ୍‌ସି, ଜାମନଗର ଏମ୍‌ପି ଶାହା ଓ ଥେନିର ଜିଏମସିରେ କରୋନା ଭାଇରସ ଯାଞ୍ଚର ସୁବିଧା ମିଳୁଛି।

ଦିଲ୍ଲୀରେ ପୁଣି ଏକ କରୋନା ସଂକ୍ରମିତ ହୋଇଥିବାର ଖବର ମିଳିଛି । ଏହି ବ୍ୟକ୍ତି ମାଲେସିଆ ଓ ଥାଇଲାଣ୍ଡ ଯାତ୍ରା କରି ଆସିଥିଲେ । ଦିଲ୍ଲୀରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 31 ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇଛନ୍ତି । ଇତି ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଡଭାଇଜାରୀ ଜାରି କରିଛନ୍ତି । ସାମୂହିକ ଉତ୍ସବ ବା ଆୟୋଜନରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି ।

Related posts