ଦଳିତ ହୋଇଥିବାରୁ ତିନିଥର ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ ହୋଇଛି : ଜି ପରମେଶ୍ୱର

Published: Feb 25, 2019, 5:35 pm IST
karnatak deputy cm hints cast descrimination.

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ରାଜ୍ୟର ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯୋଗ ଆଣି କହିଛନ୍ତି କି ସେ ଜଣେ ଦଳିତ ହୋଇଥିବା ହେତୁ ତାଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବାକୁ ପଡ଼ିଛି। କେବଳ ସେ ନୁହଁନ୍ତି ପିକେ ବଶବଲିଂଗପା ଓ କେଏଚ୍‌ ରଂଗନାଥ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ। ସେ ଆହୁରି ବି କହିଛନ୍ତି ଯେ ‘ତାଙ୍କ ବଡ଼ ଭାଇ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ । ଯାହା ବି ହେଉ, ଅନେକ ଦ୍ୱିଧା ପରେ ଶେଷର ସେ ଉପ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି କହିଛନ୍ତି ।  ସେ ଆହୁରି ମଧ୍ୟ ଅଭିଯୋଗରେ କହିଛନ୍ତି ଯେ କିଛି ଲୋକେ ତାଙ୍କୁ ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିବାକୁ ଚାହିଁଥିଲେ।

Related posts