ମହିଳାଙ୍କ ମାସିକ ଋତୁସ୍ରାବ ଜନିତ ଛୁଟି ପାଇଁ ଓକିଲାତି କରି ଫଶିଲେ ଥରୁର୍‌ , ଅଦିତି ଦେଲେ ଏପରି ପ୍ରତିକ୍ରିୟା

Published: Mar 9, 2020, 3:50 pm IST
exit poll are all wrong - sashi tharur

ନୂଆଦିଲ୍ଲୀ : ମହିଳାଙ୍କ ମାସିକ ଋତୁସ୍ରାବ ପାଇଁ ଛୁଟିର ଦାବି କରି ଫଶିଛନ୍ତି ଥରୁର୍‌ । କଂଗ୍ରେସ ନେତା ଶଶି ଥରୁର ଟୁଇଟ୍‌ କରି ମହିଳାଙ୍କ ପିରିୟଡସ୍‌ ବା ମାସିକ ଋତୁସ୍ରାବ ସମୟରେ ଛୁଟିର ଦାବି କରିଛନ୍ତି। ଶଶୀ ଏହି ଟୁଇଟ୍‌ରେ ଏକ ଅନଲାଇନ୍ ପିଟିସନ୍ ଲିଙ୍କ୍ ମଧ୍ୟ ଦେଇଛନ୍ତି। ଏହି ପିଟିସନରେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ଅବକାଶ ପାଇଁ ନିୟମ ଏବଂ ଆଇନ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି। କିନ୍ତୁ ଥରୁର୍‌ଙ୍କ ଏହି ଦାବିକୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି ତାଙ୍କ ଦଳର ନେତା ।

ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଏକ ଅନଲାଇନ୍ ଆବେଦନ ଆରମ୍ଭ କରିଥିଲା। ଏହି ଆବେଦନରେ ମହିଳାମାନେ ଋତୁସ୍ରାବ ଅବକାଶ ପାଇଁ ନିୟମ ଏବଂ ଆଇନ ପ୍ରଣୟନ କରାଯାଉ। ଏହି ଦାବି ଉପରେ ଲୋକଙ୍କୁ ଅନଲାଇନ୍ ସାଇନ୍ କରି ସମର୍ଥନ ବୃଦ୍ଧି କରାଯାଉଥିଲା । ଥରୁର ଏହି ପିଟିସନର ଲିଙ୍କ୍ ଟୁଇଟ୍ କରି ଲୋକଙ୍କୁ ଏଥିରେ ଦସ୍ତଖତ କରିବାକୁ କହିଥିଲେ। ଏହି ପିଟିସନ୍‌ରେ ପ୍ରାୟ 1408 ଜଣ ଲୋକ ଏହି ଦସ୍ତଖତ କରିଛନ୍ତି।

ଏହି ଟୁଇଟର ଜବାବରେ କଂଗ୍ରେସ ନେତା ଶର୍ମିଷ୍ଣ ମୁଖାର୍ଜୀ ଏବଂ ଆଦିତ୍ୟ ସିଂ ମଧ୍ୟ ଟ୍ୱିଟ୍ କରି ଏହାକୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି। ଉଭୟ ଥିପାଇଁ ଭିନ୍ନ ଯୁକ୍ତି ଦର୍ଶାଇଛନ୍ତି। ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ମୁଁ ଏହାକୁ ସମର୍ଥନ କରିପାରିବି ନାହିଁ। ଅଧିକାଂଶ ମହିଳା ଶକ୍ତିଶାଳୀ ଏବଂ ଅତ୍ୟଧିକ ଯନ୍ତ୍ରଣା ଭୋଗିବା ପରେ ମଧ୍ୟ କାମ କରିବାକୁ ସକ୍ଷମ ଅଟନ୍ତି ।  ଏହି ଆଇନ ପ୍ରଣୟନ ହେବା ସହିତ ମହିଳାମାନଙ୍କୁ ଭେଦଭାବ କରାଯିବ ଏବଂ ଚାକିରୀ ପାଇବାରେ ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ଶର୍ମିଷ୍ଠା କହିଛନ୍ତି ଯେ ଏନେଇ ରହିଥିବା ଆଇନକୁ ଅଧିକ ମଜବୁତ କରିବା ଆବଶ୍ୟକ। ସେହିପରି ରାୟବରେଲିର ବିଧାୟକ ଆଦିତ୍ୟ ସିଂ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ମହିଳାମାନେ କ’ଣ ଚାହୁଁଛନ୍ତି ପୁରୁଷ ଏହାର ନିଷ୍ପତ୍ତି ନେଉଛନ୍ତି। ଅଦିତି କହିଛନ୍ତି ଯେ, ଏପରି ଏକ ଆଇନର ଦାବି କରିବା ପରିବର୍ତ୍ତେ ସର୍ବସାଧାରଣ ସ୍ଥାନଗୁଡିକର ପରିଷ୍କାର ପରିଚ୍ଛନ୍ନତା ଏବଂ ଉନ୍ନତ ସୁବିଧା ପ୍ରତି ଧ୍ୟାନ ଦେବା ଉଚିତ୍‌ । ସେ ଏହି ଅବସରରେ କହିଛନ୍ତି ସେ ପିରିୟଡ୍‌ ସମୟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ମଧ୍ୟ ।

Related posts