ଫାଶୀ ଟାଳିବାକୁ ପୁଣି ଥରେ ଚାଲ୍‌ ଆରମ୍ଭ କଲେ ନିର୍ଭୟା ଦୋଷୀ

Published: Mar 9, 2020, 7:19 pm IST

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ଫାଶୀ ଟାଳିବାକୁ ନୂଆ ଚାଲ୍‌ ଆରମ୍ଭ କରିଛନ୍ତି । ଫାଶୀ ରଦ୍ଦ କରିବାକୁ ଆବେଦନ କରାଯାଇଛି । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା।

ଆସନ୍ତା 20ତାରିଖ ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ପାଇଁ ଡେଥ୍ ୱାରେଂଟ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତେବେ ଏହା ପୂର୍ବରୁ ଫାଶୀ ଟାଳିବାକୁ ଦୋଷୀମାନେ ନୂଆ ଚାଲ ଖେଳିଛନ୍ତି । ମୃତ୍ୟୁ ଦଣ୍ଡ ରଦ୍ଦ କରିବା ସହ ଏହାକୁ ଆଜୀବନ ଜେଲ୍ ଦଣ୍ଡରେ ପରିବର୍ତ୍ତନ କରିବା ପାଇଁ ଅପିଲ କରିଛି ଦୋଷୀ ବିନୟ ଶର୍ମା । ବିନୟଙ୍କ ଆବେଦନ ପରେ ପୁଣି ଥରେ ଫାଶୀକୁ ନେଇ ଅନିଶ୍ଚିତା ଦେଖାଦେଇଛି । ସାତ  ବର୍ଷ ଧରି ଦୋଷୀମାନେ ଏମିତି ଆଇନର ଗଳାବାଟ ଦେଇ ବର୍ତ୍ତି ଚାଲିଥିବାବେଳେ ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ଚାହିଁ ବସିଛନ୍ତି । (ଏଜେନ୍ସି)

Related posts