Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ
ଜୀବନ ଶୈଳୀ

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

ହାଡ଼ ଆମ ଶରୀରର ମୂଳ ଭିତ୍ତିପ୍ରସ୍ତର ସଦୃଶ। ଏହା କେବଳ ଆମ ଶରୀରକୁ ଆକାର ଓ ସାମର୍ଥ୍ୟ ଦେଇନଥାଏ, ବରଂ ଚାଲିବା, ବୁଲିବା ଏବଂ ପ୍ରତିଦିନର କାର୍ଯ୍ୟ କରିବାକୁ ସହଜ କରିଥାଏ। ସୁସ୍ଥ ହାଡ଼ ଆମର ସମଗ୍ର ଶରୀରକୁ ମଜଭୁତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଆଜିକାଲିର ଅସନ୍ତୁଳିତ ଖାଦ୍ୟପେୟ, ଭେଜାଲ ଖାଦ୍ୟ ସେବନ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଳ୍ପ ବୟସରୁ ହାଡ଼ ଦୁର୍ବଳ ହେବାକୁ ଲାଗୁଛି। ହାଡ଼ ଦୁର୍ବଳ ହେଲେ ସାମାନ୍ୟ ଆଘାତରେ ମଧ୍ୟ ଏହା ଭାଙ୍ଗିଯିବାର (ଫ୍ରାକ୍ଚର) ଭୟ ଥାଏ। ତେଣୁ ସମୟ ଥାଉଁ ଥାଉଁ ହାଡ଼କୁ ମଜଭୁତ କରିବା ପାଇଁ ସଠିକ୍ ପଦକ୍ଷେପ ନେବା ନିହାତି ଜରୁରୀ। ତେବେ ଦୁର୍ବଳ ହାଡକୁ କିପରି ମଜଭୁତ କରିବା ସେ ବିଷୟରେ ଜାଣିବା।

କ୍ୟାଲସିୟମଯୁକ୍ତ ଖାଦ୍ୟ :

କ୍ୟାଲସିୟମ୍ ହାଡକୁ ମଜଭୁତ କରିଥାଏ। କ୍ଷୀର, ଦହି, ପନିର, ସବୁଜ ପତ୍ରଯୁକ୍ତ ପରିବା ଓ ବାଦାମ ଭଳି ଖାଦ୍ୟ ପଦାର୍ଥରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ।
ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ : ଯଦି ଶରୀରରେ ଭିଟାମିନ୍‌-ଡି’ର ମାତ୍ରା କମ୍ ରହିଛି ତେବେ ଜାଣନ୍ତୁ କ୍ୟାଲସିୟମ୍ ଠିକ୍ ଭାବରେ କାମ କରୁନାହିଁ ଓ ଏଥିଯୋଗୁ ମଧ୍ୟ ହାଡ ଦୁର୍ବଳ ହେଉଛି। ତେବେ ଏଥିପାଇଁ ମାଛ, ଅଣ୍ଡା ଓ ଭିଟାମିନ୍‌-ଡି’ରେ ପରିପୂର୍ଣ୍ଣ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଆନ୍ତୁ।

ବ୍ୟାୟାମ କରନ୍ତୁ :

ହାଡ ମଜଭୂତ ହେବା ପାଇଁ ଏକ୍ସରସାଇଜର ନିହାତି ଆବଶ୍ୟକତା ରହିଛି । ବ୍ୟାୟାମ କରିବା ଦ୍ୱାରା କେବଳ ହାଡ ମଜଭୁତ ହୁଏ ତାହାନୁହେଁ, ବରଂ ମସଲ୍ସ ମଧ୍ୟ ଶକ୍ତ ହୁଏ। ବିଶେଷ କରି ଓଜନିଆ ଜିନିଷ ଉଠାଇବା ଭଳି ଏକ୍ସରସାଇଜ୍ କରିବା, ଦୌଡିବା, ସ୍ଫୁଟ୍ସ ଓ ଷ୍ଟ୍ରେଚିଂ କରନ୍ତୁ ହାଡ ମଜଭୁତ ହେବ।

ହେଲଦୀ ଫୁଡ୍ ନିଅନ୍ତୁ:

ହାଡକୁ ମଜଭୁତ କରିବା ଲାଗି କ୍ୟାଲସିୟମ, ଭିଟାମିନ-ଡି, ବ୍ୟତୀତ ମିନେରାଲ୍ସର ମଧ୍ୟ ନିହାତି ଆବଶ୍ୟକତା ରହିଛି। ଏତଦବ୍ୟତୀତ ମ୍ୟାଗ୍ନେସିୟମ, ଫସଫରସ୍ ଓ ଜିଙ୍କକୁ ମଧ୍ୟ ସଠିକ୍ ମାତ୍ରାରେ ସେବନ କରନ୍ତୁ । ଏହା ସହିତ ସବୁଜ ପନି ପରିବା, ଫଳ, ନଟସ୍ ଓ ଡାଲିରେ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ ହୋଇ ରହିଛି, ଯାହା ହାଡକୁ ସୁସ୍ଥ ରଖିଥାଏ।

ଧୂମ ପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ:

ଧୂମପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ। କାରଣ ଏହା ନାମ ମଧ୍ୟ ହାଡକୁ ଦୁର୍ବଳ କରିଦେଇଥାଏ। ଏହା କ୍ୟାଲସିୟମ୍ ଅବଶୋଷଣକୁ ରୋକିଥାଏ ଓ ହାଡ ବଢ଼ିବାରେ ବାଧା ଉପୁଜାଇଥାଏ। ମଦ କ୍ୟାଲସିୟମ ଉପରେ ଖରାପ ପ୍ରଭାବ ରାଜ ପକାଇ ତା’ର ସମସ୍ତ ତତ୍ତ୍ୱ ନଷ୍ଟ କରିଦେଇଥାଏ।

ଅଧିକ ପାଣି ପିଅନ୍ତୁ:

ପାଣି ଆମ ଶରୀରର ସମସ୍ତ ଅଙ୍ଗ ଲାଗି ଜରୁରୀ। ପାଣି ମଧ୍ୟ ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ। ତେଣୁ ପ୍ରତିଦିନ ୮-୧୦ ଗ୍ଲାସ ପାଣି ଯେମିତି ହେଲେ ପିଅନ୍ତୁ। ଏହା ଶରୀରକୁ ହାଇଡ୍ରେଟେଡ୍ ରଖିବା ସହିତ ହାଡକୁ ମଜଭୁତ କରିଥାଏ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:

ଯଦି ହାଡ ଖୁବ ଦୁର୍ବଳ ରହିଛି। ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏସହ ଔଷଧ ଓ ହେଲଦୀ ଖାଦ୍ୟ ଖାଆନ୍ତୁ।

ହାଡ଼ ଦୁର୍ବଳ ହେଲଦି ଫୁଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026

ଅକ୍ଟୋବର ୨୩ ତାରିଖ: ଶୁକ୍ରବାରର ରାଶିଫଳ, ଜାଣନ୍ତୁ ଆଜି କିଏ ହେବେ ଉପକୃତ କାହାକୁ ମିଳିବ କ୍ଷତି

October 23, 2026

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026

ଆଜି ଅକ୍ଟୋବର ୨୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ? ଜାଣନ୍ତୁ

October 22, 2026
Latest News

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! CNG ଦର ବୃଦ୍ଧିରେ ଚିନ୍ତାରେ ଗ୍ରାହକ

October 23, 2026

ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ହିଂସା: TDP-YSRCP ମୁହାଁମୁହିଁ, ଜଳିଲା କାର୍‌, ମହିଳା ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ!

October 23, 2026

ନିର୍ବାଚନ କମିଶନରେ କ’ଣ ଚାଲିଛି? RTI ଦଲିଲରେ ଖୋଲିଲା ପ୍ରଶାସନିକ ବିବାଦ

October 23, 2026

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.