ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନମାନଙ୍କ ପାଇଁ ସମର୍ପିତ ହେଲା ଜାତୀୟ ସମର ସ୍ମାରକୀ

Published: Feb 25, 2019, 7:50 pm IST
pm inagurates national war memorial

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସ୍ମାରକ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ କରିଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ  ଏହା ଲୋକାର୍ପିତ ହୋଇଛି । ସ୍ଵାଧୀନତା ପରଠାରୁ ଯୁଦ୍ଧ ଶହୀଦ ଯବାନଙ୍କ ସ୍ମୃତିରେ ଏହା ଲୋକାର୍ପିତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ଏହି ସ୍ମାରକ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସେ କହିଛନ୍ତି ଯେ ଦେଶର ସେନା ମାନଙ୍କ ପାଇଁ ଏପରି ସ୍ମାରକ ବହୁ ଆଗରୁ ନିର୍ମିତ ହେବାର ଥିଲା । ଭାରତୀୟ ସେନା ବିଶ୍ଵର ସବୁଠାରୁ ଘାତକ ଓ ପେଶାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର ସରକାର ଯବାନ ମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।

Related posts