ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଗଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସାଥୀରେ ଅଛନ୍ତି ଅମିତ ଶାହା

Published: Mar 10, 2020, 11:44 am IST

ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ସିନ୍ଧିଆ ବିଜେପିରେ ଯୋଗଦେଇ ଖୁବ୍ ଶିଘ୍ର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି।

ଗତ କିଛିଦିନ ଧରି ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ଲାଗିରହିଛି। ମୁଖ୍ୟତଃ ସିନ୍ଧିଆ କେତେକ କଂଗ୍ରେସ ବିଧାୟକଙ୍କୁ ତାଙ୍କ ପାଖରେ ରଖିଛନ୍ତି ବୋଲି ଜଣାପଡିଛି। ବର୍ତ୍ତମାନ ମୋଦୀଙ୍କୁ ଭେଟିବା ପରେ ସିନ୍ଧିଆ ତାଙ୍କର ରାଜନୈତିକ ଖେଳ ଆରମ୍ଭ କରିବେ। ତାଙ୍କ ପାଖରେ କୁଆଡେ 20 ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ର ଅଛି ବୋଲି କୁହାଯାଉଛି। ସେ ବିଜେପିରେ ମିଶିବା ପରେ ଏହି 20 ଜଣଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରାଯାଇ ସରକାର ଭାଙ୍ଗିବାକୁ ଦାବୀ କରାଯିବ।

Related posts