ସେନାର ମାନବାଧିକାର ଉଲ୍ଲଂଘନ ଉପରେ ଶୁଣାଣୀ କରିବେ ସୁପ୍ରିମ୍‌କୋର୍ଟ

Published: Feb 25, 2019, 8:12 pm IST
hearing petetion about human rights of indian army

ଉଚ୍ଚତମ ନ୍ୟାୟାଳୟ କାର୍ଯ୍ୟରତ ସମୟରେ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର ଯବାନଙ୍କ ମାନବାଧିକାର ସଂରକ୍ଷଣ ପାଇଁ ଦାୟର ଯାଚିକାର ଶୁଣାଣି  କରିବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ୧୯ ବର୍ଷୀୟ ପ୍ରୀତି ଗୋଖଲେ ଓ ୨୦ ବର୍ଷୀୟ  କାଜଲ ମିଶ୍ରାଙ୍କ ଦ୍ଵାରା ଯାଚିକା ଉପରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାମ୍ମୁ ଓ କାଶ୍ମୀର ଏବଂ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଡ୍ୟୁଟି ସମୟରେ ଉଗ୍ର ଭିଡ଼ର ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର କର୍ମୀଙ୍କ ମାନବାଧିକାର ଉଲ୍ଲଙ୍ଘନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ନୀତି ପ୍ରସ୍ତୁତ କରାଯିବା ଉପରେ ଏହି ଯାଚିକାରେ ଉଲ୍ଲେଖ କରାଯାଇଛି ।  ଏଥିରେ ଡ୍ୟୁଟି ସମୟରେ ଘାଟିରେ ଯବାନଙ୍କ ଉପରେ ପଥରମାଡ଼ କରାଯାଉଛି ବୋଲି ମଧ୍ୟ ସୂଚନା ରହିଛି ।

Related posts