ମହାନଦୀ ଜଳ ମାମଲା ନେଇ ଓଡ଼ିଶା- ଛତିଶଗଡ଼ ବୈଠକ ଅନୁଷ୍ଠିତ

Published: Feb 25, 2019, 8:25 pm IST
mahanadi river water dispute tribunal meeting in supremecourt

ମହାନଦୀ ଜଳ ବିବାଦ ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ପରିସରରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ କମିଟି ବୈଠକ ବସିଥିଲା । କିନ୍ତୁ ବୈଠକର ନିଷ୍କର୍ସ କ’ଣ ବାହାରିଛି ତାହାକୁ ଉଭୟ ରାଜ୍ୟ ପକ୍ଷରୁ ଗୋପନୀୟ ରଖାଯାଇଛି । ବୈଠକର ନିଷ୍ପତ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଦିଆଯିବ ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ଅପରପକ୍ଷେ ମହାନଦୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାନଦୀକୁ ନେଇ ଛତିଶଗଡ଼ ପକ୍ଷରୁ କୌଣସି ବିବାଦ ନାହିଁ। ଆମେ ମହାନଦୀରୁ ଆବଶ୍ୟକ ୭୦ ରୁ ୭୫ ଏମସିଏମ ପାଣି ଉପଯୋଗ କରୁଛୁ। ଆମେ ଚାହୁଁଛୁ ଶୀଘ୍ର ସମାଧାନର ରାସ୍ତା ବାହାରୁ ଏବଂ ସହମତିରେ ସମାଧାନ ହେଉ। ତେବେ ମହାନଦୀ ଜଳବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି ।

Related posts