ଭାରତରେ ବଢୁଛି କରୋନା ଭାଇରସ ରୋଗୀଙ୍କ ସଂଖ୍ୟା, ପୁଣି ତିନି ଦେଶର ଭିସା ବାତିଲ୍‌ ହେଲା

Published: Mar 11, 2020, 9:48 am IST

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ 4ହଜାର 295 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 1ଲକ୍ଷ 19 ହଜାର 179 ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ରିପୋର୍ଟ ଅନୁସାରେ ଭାରତରେ 50ରୁ ଅଧିକ ଲୋକ କରୋନା ଶିକାର ହୋଇଛନ୍ତି। କରୋନା ପାଇଁ ଭାରତ ଭିସା କଟକଣା ଜାରି କରିଛି । ପୁଣି ତିନି ଦେଶର ନାଗରିକଙ୍କ ପାଇଁ ଭିସା ବାତିଲ୍‌ କରାଯାଇଛି । ଫ୍ରେଞ୍ଚ, ଜର୍ମାନ, ସ୍ପାନିଶ୍‌ ନାଗରିକଙ୍କ ଭିସା ବାତିଲ୍‌ କରିଛନ୍ତି ସରକାର । ମିଜୋରାମ ଓ ମଣିପୁରକୁ ଲାଗିଥିବା ମିଆଁମାର ଓ ବାଂଲାଦେଶ ସୀମା ସିଲ୍‌ କରାଯାଇଛି । କରୋନାର ସ୍ଥିତିକୁ ଦେଖି ବିଦେଶକୁ ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବାକୁ କୁହାଯାଇଛି । ଏଥି ସହ ଦକ୍ଷିଣ କୋରିଆ ଓ ଇଟାଲୀର ନାଗରିକଙ୍କ ପାଇଁ ଭାରତ ପ୍ରବେଶ ଲାଗି କୋଭିଡ-୧୯ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରି ଦିଆଯାଇଛି । (ଏଜେନ୍ସି)

Related posts