ସମୀକ୍ଷା ବ୍ୟୁରୋ
ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ଭୋଗରାଇ ସ୍ଥିତ ରଣସିଂହ ଗ୍ରାମରେ ବିଷାକ୍ତ ଚା’ ପିଇ 15 ଜଣ ଗୁରୁତର ହୋଇଛନ୍ତି। ରଣସିଂହପୁର ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଏକ ବିବାହ କାର୍ଯ୍ୟକ୍ରମ ହେଉଥିଲା। ଗ୍ରାମବାସୀମାନେ ଭୋଜି ପ୍ରସ୍ତୁତିରେ ଯାଇଥିବାବେଳେ ସେମାନଙ୍କୁ ଚା’ ପ୍ରସ୍ତୁତ କରି ଦିଆଯାଇଥିଲା। ସେହି ଚା’ ପିଇବା ପରେ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ 7 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଚା’ ତିଆରି ବେଳେ ସେଥିରେ କୀଟନାଶକ ପଡିଥିବା ସନ୍ଦେହ କରାଯାଉଛି।
Tags: