Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଜାରରେ ରକ୍ତପାତ, ୧୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଗୋଟିଏ ଦିନରେ ସ୍ଵାହା
ବିଶେଷ ଖବର

ବଜାରରେ ରକ୍ତପାତ, ୧୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଗୋଟିଏ ଦିନରେ ସ୍ଵାହା

March 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତ ସପ୍ତାହେ ହେଲା ଭାରତୀୟ ଅର୍ଥନୀତି ଓ ବଜାରରେ ଏକ ପ୍ରକାର ରକ୍ତପାତ ସୃଷ୍ଟି ହୋଇଛି। ବଜାରର ଭାଷାରେ “ରକ୍ତପାତ” ଶବ୍ଦର ଏକ ଭିନ୍ନ ଅର୍ଥ ରହିଛି। ଗୋଟେ ଗୋଟେ ଦିନରେ ବଜାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ବୁଡି ଯାଉଛି। କରୋନା ଭୂତାଣୁକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କଲାପରେ ଓ ଏହାର ପରିଣତିରେ ୟୁରୋପ ଏବଂ ଆମେରିକା ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ, ପୂରା ବିଶ୍ଵ ବଜାରରେ ଅନ୍ଧାର ଘୋଟି ଆସିଛି। ଅର୍ଥନୀତିର ବିଶ୍ଵିକରଣ ଆଜି ସାରା ପୃଥିବୀ ଲାଗି ଏକ ଦୁଃସ୍ଵପ୍ନ ଭଳି ଲାଗୁଛି।

କାରୋନା ର ପ୍ରଭାବ ସହିତ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ଆହୁରି ଭୟଙ୍କର ଅବସ୍ଥାରେ ପହଞ୍ଚିଛି। ଗତ ଦୁଇ ବର୍ଷ ହେଲା ଭାରତର ସବୁ ଅର୍ଥନୈତିକ ସୂଚକାଙ୍କ ନିମ୍ନଗାମୀ ରହିଥିବା ବେଳେ କେବଳ ବଜାର ଓ ସେଂସେକ୍ସରେ ଆମର ଅର୍ଥନୀତି ପାଇଁ କିଛିଟା ସବୁଜ ସଙ୍କେତ ରହିଥିଲା। ଗତ ସପ୍ତାହ ସାରା ଏହି ସଙ୍କେତ ମଧ୍ୟ ଅତି ଖରାପ ଅବସ୍ଥାକୁ ଚାଲି ଆସିଛି। ଆଜି ବଜାର ଏକ ପ୍ରକାର ଆଇସିୟୁକୁ ଚାଲି ଯାଇଛି ବୋଲି କୁହା ଯାଉଛି। କରୋନା ଜ୍ଵରର ଭାରତୀୟ ବଜାର ଏକ ପ୍ରକାର ବିଧ୍ଵସ୍ତ ହୋଇଯାଉଛି।

ଗୋଟିଏ ଦିନରେ ସେଂସେକ୍ସ ୨୪୦୦ ପଏଣ୍ଟ ଖସି ୩୩,୩୦୨ରେ ପହଞ୍ଚିଛି। ନିଫ୍ତିରେ ମଧ୍ୟ ଏକକାଳୀନ ୭୩୦ ପଏଣ୍ଟର ପତନ ଦେଖିବାକୁ ମିଳିଛି। ଆଜି ଦିନରେ ଭାରତୀୟ ବଜାରରୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଉଭାନ ହୋଇଯାଇଛି। ବଜାରର ଏହି ବିପଜ୍ଜନକ ପ୍ରଭାବ ଭାରତୀୟ ପୁଞ୍ଜି ବଜାରକୁ ଅସହାୟ କରି ଦେଇଛି। ଏହା ଏକ ସାମୟିକ ସଙ୍କଟ ବୋଲି କହି କେନ୍ଦ୍ର ସରକାର ଚୁପ ହୋଇ ବସିଯିବାକୁ ଚେଷ୍ଟା କରୁଛନ୍ତି।

କରୋନା ଭୂତାଣୁର ସଙ୍କଟ ନିକଟ ଭବିଷ୍ୟତରେ ସମାଧାନ ହେବ ବୋଲି ସରକାର ଭାବୁଛନ୍ତି କି? ଯେତେବେଳେ ଏହା ଚୀନରେ ସୀମିତ ଥିଲା, ସେତେବେଳେ ଏହା ହୁଏତ ଭାରତ ଲାଗି ଏକ ସାମୟିକ ସୁଯୋଗ ସୃଷ୍ଟି କରିଥିଲା।ଏବେ ଏହା ୟୁରୋପ, ଆମେରିକା, ଏସିଆ ଓ ଆଫ୍ରିକାର ଶତାଧିକ ଦେଶକୁ ଗ୍ରାସ କରି ସାରିଲାଣି। କରୋନା କାରଣରୁ ୪୫୦୦ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଏଥିରେ ଲକ୍ଷେ ଚବିଶ ହଜାର ଲୋକ ଆକ୍ରାନ୍ତ ହୋଇ ସାରିଲେଣି।

ଅନ୍ୟ ଏକ ସଙ୍କଟଜନକ ତଥ୍ୟ ଅନୁସାରେ ଭାରତରେ ନୂଆ ପୁଞ୍ଜି ଲଗାଣ ତ ହେଉନାହିଁ, ତା ସହିତ ପ୍ରତିଦିନ ଭାରତୀୟ ବଜାରରୁ ବଡ ବଡ ପୁଞ୍ଜିପତିମାନେ ନିଜର ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି। ଘରୋଇ ବଜାରରୁ ଇତିମଧ୍ୟରେ ୨୦,୮୩୧ କୋଟି ଟଙ୍କାର ପୁଞ୍ଜି ମାସକ ଭିତରେ ପ୍ରତ୍ୟାହାର ହୋଇ ସାରିଲାଣି।

ଏମିତି ଏକ ସଙ୍କଟଜନକ ସ୍ଥିତିରୁ ମୁକୁଳିବା ପାଇଁ ଆମର ଅର୍ଥବ୍ୟବସ୍ଥା ସମର୍ଥ କି? ଆଜିର ବଜାର ସ୍ଥିତି ଗତ ୧୨ ବର୍ଷରେ କେବେ ନଥିଲା ଓ ଏହା ଆଗକୁ ଅଧିକ ଉତ୍କଟ ହେବାକୁ ଯାଉଛି। ସେତେବେଳେ ଆମର ରାଜନୈତିକ ନେତୃତ୍ଵ “କିଛି ହୋଇନାହିଁ” ବୋଲି ଆମକୁ ଆଶ୍ଵାସନା ଦେଇ ଚାଲିଛନ୍ତି। ଏହା ସବୁଠୁ ବେଶୀ ଚିନ୍ତାଜନକ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.