କରୋନାରେ ସଂକ୍ରମିତ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ

Published: Mar 13, 2020, 10:30 am IST

କାନଡା : କରୋନା ସଂକ୍ରମିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ୍‌ ଟ୍ରୁଡୋଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ।ଗୁରୁବାର ଦିନ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ରିପୋର୍ଟରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ସେଲ୍ଫ ଆଇସୋଲେସନ୍‌ରେ ରଖାଯାଇଛି । ଶୁକ୍ରବାର କାନାଡା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହି ସମ୍ପର୍କିତ ଔପଚାରିକ ସୂଚନା ମିଳିଛି। ତେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି। ତାଙ୍କ ଦେହରେ କରୋନାର ଲକ୍ଷଣ ଦେଖିବାକୁ ମିଳିନାହିଁ ।  ଆଗାମୀ 14 ଦିନ ଯାଏଁ ସୋଫି ଆଇସୋଲେସନ୍‌ରେ ରହିବା ସହିତ ତାଙ୍କର ଚିକିତ୍ସା ଜାରି ରହିବ। ଅପରପକ୍ଷରେ କାନଡା ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଘରେ ରହିବେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସୂଚନା ରହିଛି ।

କାନାଡାରେ କରୋନା ଭାରଇସ୍‌ର ବୃଦ୍ଧି ହେତୁ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ଘରେ କାର୍ଯ୍ୟ କରୁଛନ୍ତି । ଜଷ୍ଟିନ୍‌ ଟ୍ରୁଡୋ ଲଗାତାର ନିଜ ଘରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ବୈଠକ କରୁଛନ୍ତି । ଆଜି ଜଷ୍ଟିନ୍‌ ଟ୍ରୁଡୋ ଦେଶକୁ ସମ୍ବୋଧିତ କରି କରୋନା ଭାଇରସ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ।

Related posts