ଇଟାଲୀରେ କରୋନା ଆତଙ୍କ : 24 ଘଣ୍ଟାରେ 250ଙ୍କ ଗଲା ଜୀବନ

Published: Mar 14, 2020, 11:28 am IST

ଇଟାଲୀ :ଚୀନ ପରେ ଇଟାଲୀରେ କରୋନା ଭାଇରସ ବ୍ୟାପକ ରୂପ ନେଇଛି । ବିଗତ 24ଘଣ୍ଟା ମଧ୍ୟରେ 250 ଜଣଙ୍କ ମୃତ୍ୟୁ ଘଟିଛି । ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏଥି ସହ ଇଟାଲୀରେ କରୋନାରେ ମୃତ୍ୟୁ ସଂଖ୍ୟା 1266ରେ ପହଞ୍ଚିଛି । ମୋଟ 17 ହଜାର 660 ଲୋକ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଇଟାଲୀରେ କରୋନା ଭାଇରସ ଭୟଙ୍କର ରୂପ ନେଇଛି । ଭାରତର କିଛି ଲୋକ ଇଟାଲୀରେ ଫସିଛନ୍ତି । ଇଟାଲୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ପାଇଁ ଯୋଜନା ଚାଲିଛି । ଭାରତର ଏକ ମେଡିକାଲ ଟିମ୍‌ ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି । ଭାରତର ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ବହୁତ ଶୀଘ୍ର ସନ୍ଦିଗ୍ଧଙ୍କ ଯାଞ୍ଚ କରାଯାଉଛି । ଇଟାଲୀର ସରକାରୀ ତଥ୍ୟ ଅନୁସାରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଭାରତୀୟ ସେଠାରେ ରହୁଛନ୍ତି । ସେଠାରେ ଫସି ରହିଥିବା ଛାତ୍ର ଏବଂ ଲୋକଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ କରାଯାଉଛି ବୋଲି ଭାରତୀୟ ଦୂତାବସା ଜଣାଇଛନ୍ତି ।

Related posts