ଗଂଜେଇ ଜବତ: ଜଣେ ଗିରଫ

Published: Mar 14, 2020, 2:23 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ମୋହନା ଥାନା ପୋଲିସ୍ ଚଢ଼ାଉ କରି ୭୬ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚାଲାଣ ଅଭିଯୋଗରେ ଅନ୍ଧାରୀଗୁଡ଼ା ଗାଁର ଲମ୍ବୋଦର ଶବରକୁ ଗିରଫ କରିଛି । କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗୋଠକେଳି ଓ ଅନ୍ଧାରୀଗୁଡ଼ା ଅଂଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୩ଟି ବସ୍ତାରେ ଏହି ଗଂଜେଇ ଥିବା ଜାଣି ଜବତ କରିଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ୍ କହିଛି ।

Related posts