ନୂତନ ରାଜନୈତିକ ଦଳ ଘୋଷଣା କଲେ ଚନ୍ଦ୍ରଶେଖର ଆଜାଦ

Published: Mar 15, 2020, 8:19 pm IST

ନୂଆଦିଲ୍ଲୀ : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ରାଜନୀତି ମଇଦାନରେ ପାଦ ଥାପିଛନ୍ତି । ରବିବାର ଆଜାଦ୍‌ ନିଜର ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି । ନୋଇଡାର ସେକ୍ଟର 70 ଅନ୍ତର୍ଗତ ବସାଇ ଗ୍ରାମରେ ଆଜାଦ ନିଜର ଦଳ ଘୋଷଣା କରିଛନ୍ତି । ଆଜାଦ ନିଜ ଦଳର ନାମ ଆଜାଦ୍‌ ସମାଜ ପାର୍ଟି ରଖିବା ନେଇ ଘୋଷଣା କରିଛନ୍ତି । ଭୀମ ଆର୍ମିର ଶତାଧିକ ସମର୍ଥକଙ୍କ ସହିତ 28 ଜଣ ପୂର୍ବତନ ବିଧାୟକ ଏବଂ 6 ଜଣ ପୂର୍ବତନ ସାଂସଦ ଏହି ଦଳ ଗଠନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦଳିତ ନେତା କାଂଶୀରାମଙ୍କ ଜନ୍ମଦିବସରେ ଏହି ଦଳ ଘୋଷଣା କରିବା ସହିତ ଆଗାମୀ ଦିନରେ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଜାଦ୍‌ କହିଛନ୍ତି । (ଏଜେନ୍ସି)

Related posts